କଲାମଙ୍କ ସ୍ମାରକୀକୁ ନେଇ ବିବାଦ

32

ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଅବଦୁଲ କଲାମଙ୍କ ୧୫ କୋଟି ଟଙ୍କାରେ ନିର୍ମିତ ସ୍ମାରକୀ ଉନ୍ମୋଚିତ ହେବା ପରେ ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ବୀଣା କଲାମଙ୍କର ପ୍ରିୟ ବାଦ୍ୟଯନ୍ତ୍ର ହୋଇଥିବାରୁ ସେ ଏହା ବଜାଉଥିବାର ପ୍ରତିକୃତିକୁ ଗତ ଜୁଲାଇ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ । ତେବେ ତାଙ୍କ ନିକଟରେ ଏକ କାଠ ଖୋଦିତ ଭଗବତ ଗୀତା ରହିଥିବାରୁ ଏହାକୁ ନେଇ ବୟାନବାଜି ଆରମ୍ଭ ହୋଇଛି। ଏମ୍‌ଡିଏମ୍‌ ଦଳ ପକ୍ଷରୁ ଏହା ପ୍ରତିମୂର୍ତ୍ତି ଉଦ୍‌ଘାଟନ ପରେ ରଖାଯାଇଥିବା ଅଭିଯୋଗ ହୋଇଛି ।

ଫଳରେ ବିବାଦ ଏଡ଼ାଇବାକୁ ତାଙ୍କ ପରିବାର ପକ୍ଷରୁ ପ୍ରତିମୂର୍ତ୍ତି ନିକଟରେ ଏବେ ଏକ ବାଇବେଲ ଓ କୋରାନ ପୁସ୍ତକ ରଖାଯାଇଛି । ତେବେ କଲାମଙ୍କ ଅତ୍ୟନ୍ତ ପ୍ରିୟ ପ୍ରସିଦ୍ଧ ତାମିଲ ନୀତି ଶାସ୍ତ୍ର ଥିରୁକୁରାଲକୁ ତାଙ୍କ ନିକଟରେ ରଖାଯିବା ପାଇଁ ଦାବି କରୁଥିବାରୁ ଖୁବ୍‌ ଶୀଘ୍ର ସେଠାରେ ଏହି ପୁସ୍ତକର ଏକ ନକଲ ରଖାଯିବ ବୋଲି କଲାମଙ୍କ ପରିବାର କହିଛନ୍ତି । ତେବେ ଏକ ସ୍ଥାନୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏହାର ପ୍ରତିବାଦ ହେବାରୁ ଏବେ ଏହି ଦୁଇ ଧର୍ମ ପୁସ୍ତକକୁ ସେଠାରେ ଏକ କାଚ ନିର୍ମିତ ବାକ୍ସରେ ରଖାଯାଇଛି । ତେବେ ବିନା ଅନୁମତିରେ ଦୁଇ ଧର୍ମ ପୁସ୍ତକ ବାଇବେଲ୍‌ ଓ କୋରାନକୁ ସେଠାରେ ରଖାଯିବା ନେଇ ଏକ ହିନ୍ଦୁ ସଙ୍ଗଠନ ପକ୍ଷରୁ ପୁଲିସ ମାମଲା ରୁଜୁ କରାଯାଇଛି ।