ସରକାରୀ ବୈଠକରେ ବିଜେଡି ନେତାଙ୍କ କାମ କଣ? କାହିଁକି ନିମନ୍ତ୍ରିତ ହୋଇଛନ୍ତି ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ମଲ୍ଲିକ

Advertisment
ସରକାରୀ ବୈଠକରେ ବିଜେଡି ନେତାଙ୍କ କାମ କଣ? କାହିଁକି ନିମନ୍ତ୍ରିତ ହୋଇଛନ୍ତି ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ମଲ୍ଲିକ

କନକ ବ୍ୟୁରୋ: ସରକାରୀ ସମୀକ୍ଷା ବୈଠକରେ ବିଜେଡି ନେତାଙ୍କୁ ନିମନ୍ତ୍ରଣ । ଜିଲ୍ଲା ଯୋଜନା ଓ ସଂଯୋଜନା ବୋର୍ଡର ସମୀକ୍ଷା ବୈଠକକୁ ନିମନ୍ତ୍ରିତ ହୋଇଛନ୍ତି ଜିଲ୍ଲା ବିଜେଡି ସଭାପତି । ଢେଙ୍କାନାଳ ଜିଲ୍ଲାର ସମୀକ୍ଷା ବୈଠକରେ ସାମିଲ ହେବାକୁ ବିଜେଡି ଜିଲ୍ଲା ସଭାପତିଙ୍କୁ ନିମନ୍ତ୍ରଣ କରିଛନ୍ତି ଜିଲ୍ଲାପାଳ। ତେବେ ସରକାରୀ କାମରେ ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ମଲ୍ଲିକଙ୍କୁ କାହିଁକି ଡକରା ହୋଇଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

publive-image

ଆସନ୍ତାକାଲି ଦିନ ୧୨ଟା ୧୫ରେ ଢେଙ୍କାନାଳ ଡିଆରଡିଏ ଅଫିସରେ ଯୋଜନା ଓ ସଂଯୋଜନା ବୋର୍ଡର ସମୀକ୍ଷା ବୈଠକ ଅଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସ୍ଥାନୀୟ ସାଂସଦଙ୍କ ସମେତ ପରଜଙ୍ଗ ବିଧାୟକ, ହିନ୍ଦୋଳ ବିଧାୟକ ଓ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ତେବେ ନିମନ୍ତ୍ରିତ ତାଲିକାରେ ଢେଙ୍କାନାଳ ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁ ରହିଛି ।

ତେବେ ସରକାରୀ କାର୍ଯ୍ୟକ୍ରମରେ କାହିଁକି ଜିଲ୍ଲା ସଭାପତିଙ୍କୁ ଡକାଗଲା? ସରକାରୀ ବୈଠକରେ ତାଙ୍କର କାମ କଣ ? ସରକାରୀ କାର୍ଯ୍ୟକ୍ରମ ଜାଣିବି କେମିତି ତାଙ୍କୁ ଡାକିଲେ ? ଏମିତି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe