ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ପରେ ତେଜିଲା ବିବାଦ। ବନ କର୍ମଚାରୀ କହିଲେ, ଅତ୍ୟାଧୁନିକ ଅସ୍ତ୍ର ନଦେଲେ ଆମେ କରିବୁନି ଜଙ୍ଗଲ ଡ୍ୟୁଟି

ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ପରେ ତେଜିଲା ବିବାଦ। ବନ କର୍ମଚାରୀ କହିଲେ, ଅତ୍ୟାଧୁନିକ ଅସ୍ତ୍ର ନଦେଲେ ଆମେ କରିବୁନି ଜଙ୍ଗଲ ଡ୍ୟୁଟି

କନକ ବ୍ୟୁରୋ: ଶିକାରୀ ଗୁଳିରେ ପ୍ରାଣ ହରାଇଥିବା ଫରେଷ୍ଟର ମାଟି ହାଁସଦାଙ୍କୁ ଶେଷ ସମ୍ମାନ । ତାଙ୍କ ସମ୍ପର୍କୀୟ ଓ ଆତ୍ମୟୀସ୍ୱଜନ ଶେଷ ଦର୍ଶନ କରିବା ସହିତ ବନ କର୍ମଚାରୀ ମାଟି ହାଁସଦା ଅମର ରହେ ନାରା ଦେଇଛନ୍ତି । ଅନ୍ୟପଟେ ମାଟି ହାଁସଦାଙ୍କ ପରିବାରକୁ ଭେଟିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ମାଟି ହାଁସଦାଙ୍କ ବିୟୋଗ ପରେ ବନ କର୍ମଚାରୀ ବନ ବିଭାଗକୁ ସମାଲୋଚନା କରିଛନ୍ତି । ବନ ବିଭାଗ ଅକ୍ଷମ । ଆବଶ୍ୟକ କର୍ମଚାରୀ ନାହାନ୍ତି । ଅତ୍ୟାଧୁନିକ ଅସ୍ତ୍ର ନଦେଲେ ଜଙ୍ଗଲରେ ନିଜ କାର୍ଯ୍ୟ ସମ୍ପାଦନ କରିବେ ନାହିଁ ବୋଲି କହିଛନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀ ଦରମା ପାଉଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ କର୍ମଚାରୀ ଦରମା ପାଉନାହାନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ୱେଶର ଟୁଡୁ କହିଛନ୍ତି, ବନ ଅଧିକାରୀଙ୍କ ପାଖରେ ବନ୍ଧୁକ ଅଛି କିନ୍ତୁ ଅଚଳ । ହେଲେ ଶିକାରୀଙ୍କ ପାଖରେ ଅତ୍ୟାଧୁନିକ ବନ୍ଧୁକ ରହିଛି । ସେପଟେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ବେଆଇନ ବନ୍ଧୁକ କାରବାରକୁ ଚିହ୍ନଟ କରିବୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe