କନକ ବ୍ୟୁରୋ: ଶିକାରୀ ଗୁଳିରେ ପ୍ରାଣ ହରାଇଥିବା ଫରେଷ୍ଟର ମାଟି ହାଁସଦାଙ୍କୁ ଶେଷ ସମ୍ମାନ । ତାଙ୍କ ସମ୍ପର୍କୀୟ ଓ ଆତ୍ମୟୀସ୍ୱଜନ ଶେଷ ଦର୍ଶନ କରିବା ସହିତ ବନ କର୍ମଚାରୀ ମାଟି ହାଁସଦା ଅମର ରହେ ନାରା ଦେଇଛନ୍ତି । ଅନ୍ୟପଟେ ମାଟି ହାଁସଦାଙ୍କ ପରିବାରକୁ ଭେଟିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ମାଟି ହାଁସଦାଙ୍କ ବିୟୋଗ ପରେ ବନ କର୍ମଚାରୀ ବନ ବିଭାଗକୁ ସମାଲୋଚନା କରିଛନ୍ତି । ବନ ବିଭାଗ ଅକ୍ଷମ । ଆବଶ୍ୟକ କର୍ମଚାରୀ ନାହାନ୍ତି । ଅତ୍ୟାଧୁନିକ ଅସ୍ତ୍ର ନଦେଲେ ଜଙ୍ଗଲରେ ନିଜ କାର୍ଯ୍ୟ ସମ୍ପାଦନ କରିବେ ନାହିଁ ବୋଲି କହିଛନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀ ଦରମା ପାଉଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ କର୍ମଚାରୀ ଦରମା ପାଉନାହାନ୍ତି ବୋଲି ସେ କହିଛନ୍ତି ।

Advertisment

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ୱେଶର ଟୁଡୁ କହିଛନ୍ତି, ବନ ଅଧିକାରୀଙ୍କ ପାଖରେ ବନ୍ଧୁକ ଅଛି କିନ୍ତୁ ଅଚଳ । ହେଲେ ଶିକାରୀଙ୍କ ପାଖରେ ଅତ୍ୟାଧୁନିକ ବନ୍ଧୁକ ରହିଛି । ସେପଟେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ବେଆଇନ ବନ୍ଧୁକ କାରବାରକୁ ଚିହ୍ନଟ କରିବୁ ।