କରୋନା ଟିକା ପାଇଁ ଦଳାଚକଟା । ମଧ୍ୟପ୍ରଦେଶରେ ଟିକା ନେବା ପାଇଁ ଲୋକଙ୍କ ଭିତରେ ଠେଲାପେଲା । ମୁମ୍ବାଇରେ ଟୀକାକରଣ କେନ୍ଦ୍ରରେ ଗଣ୍ଡଗୋଳ । 

170

କନକ ବ୍ୟୁରୋ : କରୋନା ଟିକା ପାଇଁ ଦଳାଚକଟା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛିନ୍ଦୱାଡାରେ । ଟିକା ନେବାକୁ ଅପେକ୍ଷା କରିଥିବା ଶହ ଶହ ଲୋକଙ୍କ ଭିଡ ଭିତରେ ହଠାତ୍ ଆରମ୍ଭ ହୋଇଥିଲା ଠେଲାପେଲା ଓ ଦଳାଚକଟା । ଟିକା ନେବା ପାଇଁ ଘଟଣାସ୍ଥଳରେ ଏକପ୍ରକାର ପ୍ରତିଯୋଗିତା ଦେଖାଦେଇଥିଲା ।

ଟୀକାକରଣ କେନ୍ଦ୍ରରେ ଜୋରଜବରଦସ୍ତ ପଶିବା ସହ ଦଳଚକଟା ଘଟଣାର ଏକ ଭିଡିଓ ଭାଇରାଲ ହେଉଛି । ଦଳାଚକଟାରେ ଏକାଧିକ ଲୋକ ଆହତ ହୋଇଛନ୍ତି । ସେପଟେ ମୁମ୍ବାଇ ଗୋରେଗାଓଁରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଛି । ଟୀକାକରଣ କେନ୍ଦ୍ର ସାମ୍ନାରେ ଲୋକଙ୍କ ଲମ୍ବାଧାଡି ଲାଗିଥିଲା । ମାତ୍ର ଲୋକଙ୍କ ଭିଡ ତୁଳନାରେ ଟୀକା ଶେଷ ହୋଇଯାଇଥିବାରୁ ଗଣ୍ଡଗୋଳ ସ୍ଥିତି ଦେଖିବାକୁ ମିଳିଛି ।