କନକ ବ୍ୟୁରୋ:ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଶ୍ରୀ ଲିଙ୍ଗରାଜ ଦର୍ଶନବେଳେ ପୂଜା ପଣ୍ଡାଙ୍କ ଭିତରେ ବିବାଦ । ରାଜ୍ୟପାଳଙ୍କୁ ଦର୍ଶନ୍ ଓ ପୂଜା କରାଇଲେ ବଡୁ ନିଯୋଗ । ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ଅନୁପସ୍ଥିତ ଥିବାରୁ ସୃଷ୍ଟି ହୋଇଛି ବିବାଦ । ସେପଟେ ବ୍ରାହ୍ମଣ ନିଯୋଗଙ୍କ ଯୁକ୍ତି ରାଜ୍ୟପାଳଙ୍କ ଗସ୍ତ ନେଇ ସେମାନଙ୍କୁ ପୂର୍ବରୁ ଦିଆଯାଇ ନଥିଲା କୌଣସି ସୂଚନା । ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us