ଆତ୍ମସମର୍ପଣ କଲେ ବିବାଦୀୟ ୟୁଟ୍ୟୁବର ଦମ୍ପତ୍ତି । ବନବିଭାଗ ନିକଟରେ ହାଜର ହେଲେ ମୋନାଲିସା ଭଦ୍ର ଓ ସ୍ୱାମୀ ବଦ୍ରି ନାରାୟଣ ।

9,344

କନକ ବ୍ୟୁରୋ: ବନବିଭାଗ ନିକଟରେ ଆତ୍ମସମର୍ପଣ କଲେ ଭଦ୍ରକର ବିବାଦୀୟ ୟୁଟ୍ୟୁବର ଦମ୍ପତ୍ତି । ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଯାଜପୁର ରୋଡ଼ ବନବିଭାଗ କାର୍ଯ୍ୟାଳୟ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ବନ୍ୟଜନ୍ତୁଙ୍କ ସହ ସାମାଜିକ ଗଣମାଧ୍ୟମରେ ଫୋଟୋ ଭିଡିଓ ସେୟାର କରିବା ମହଙ୍ଗ ପଡିଲା । ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ, ଭିଡିଓ ପୋଷ୍ଟ କରିବା ଘଟଣାରେ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘରେ ଚଢାଉ କରଥିଲା ବନ ବିଭାଗ । ତେବେ ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ର ଗିରଫ ଭୟରେ ଫେରାର ହୋଇଯାଇଥିଲେ । କିଛି ଦିନ ହେଲା ମୋନାଲିସା ଘରେ ମାଙ୍କଡ ରଖିବା ସହ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଫଟୋ ପୋଷ୍ଟ କରୁଥିଲେ । ଏନେଇ ତାଙ୍କୁ ବାରମ୍ବାର ତାଗିଦ କରିବା ସତ୍ୱେ ସେ କିଛି ଶୁଣିନଥିଲେ । ତାଙ୍କ ଘରୁ ମାଙ୍କଡକୁ ଉଦ୍ଧାର କରିଥିଲା ବନବିଭାଗ ।