ଟ୍ୱିଟ୍ କରି ବିବାଦ ଘେରରେ ବୈଜୟନ୍ତ । ଓଡ଼ିଶାକୁ ପାକିସ୍ତାନ ସହ କଲେ ତୁଳନା, ଟ୍ୱିଟରରେ କଡା ପ୍ରତିକ୍ରିୟା ।

2,594

କନକ ବ୍ୟୁରୋ : ବିବାଦରେ ବୈଜୟନ୍ତଙ୍କ ଟ୍ୱିଟ୍ । ଅଶ୍ଲୀଳ ଭିଡ଼ିଓ ଭାଇରାଲ ମାମଲାରେ ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇନେବା ଓ ପଚାରଉଚରା କରିବା ଘଟଣାକୁ ପାକିସ୍ତାନର ଆଇନ ସହ ତୁଳନା କରି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ବିଜେପିର ଉପସଭାପତି ବୈଜୟନ୍ତ ପଣ୍ଡା । ପାକିସ୍ତାନ ଭଳି ଉଭୟ ଓଡ଼ିଶା ଓ ମହାରାଷ୍ଟ୍ର ସରକାର କିଭଳି ଏମିତି ଲଜ୍ଜାଜନକ କାର୍ଯ୍ୟ କରୁଛନ୍ତି ସେନେଇ ପ୍ରଶ୍ନ କରିଛନ୍ତି ବୈଜୟନ୍ତ । ଆଉ ଏହି ଟ୍ୱିଟ୍ ପାଇଁ ଏବେ ବୈଜୟନ୍ତଙ୍କୁ ଘେରିଛନ୍ତି ୟୁଜର୍ସ ।

ରୁଦ୍ର ଏମ୍. ନାମକ ୟୁଜର୍ସ କହିଛନ୍ତି, ବୁଦ୍ଧି ନ ଆସିବା ଲୋକ ଏମିତି ଟ୍ୱିଟ୍ କରନ୍ତି ।

ପ୍ରସନ୍ନ ସେନାପତି କହିଛନ୍ତି, ଯଦି ଓଡ଼ିଶା ପାକିସ୍ତାନ, ତେବେ ଏ ସ୍ଥାନ ଛାଡନ୍ତୁ ଓ ଯେଉଁଠି ଇଚ୍ଛା ସେଠାରେ ରୁହନ୍ତୁ ।

ଦିଗବିଜୟ ପଣ୍ଡା ଲେଖିଛନ୍ତି, ଯଦି ଓଡ଼ିଶାରେ ଅସୁରକ୍ଷିତ ମନେ କରୁଛନ୍ତି ତେବେ ପାକିସ୍ତାନ ପଳାନ୍ତୁ ।

 ସେହିଭଳି ଦୀପକ କୁମାର ପ୍ରଧାନ ଲେଖିଛନ୍ତି, ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ଚିନ୍ତାର ବାହାରେ । ସରକାରଙ୍କ ଉପରେ ପ୍ରଶ୍ନ ଉଠାନ୍ତୁ କିନ୍ତୁ ଲୋକଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ ।

ସେହିଭଳି ମୋନିତ କହିଛନ୍ତି, ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ଆପଣଙ୍କ ବୁଦ୍ଧିକୁ ପ୍ରକାଶ କରୁଛି

ଅନୁରାଗ ଜେନା ମଧ୍ୟ ଏହି ଟ୍ୱିଟକୁ ନେଇ ବୈଜୟନ୍ତଙ୍କ ଉପରେ ବର୍ଷିଛନ୍ତି

ରାକେଶ ନିହାଣ କହିଛନ୍ତି, ବିଜେପି ନେତାଙ୍କ ପାଇଁ ପାକିସ୍ତାନ ଶବ୍ଦ ଅତି ସାଧାରଣ କଥା

ସୂର୍ଯ୍ୟ ମହାପାତ୍ର ଲେଖିଛନ୍ତି, ସୁନାର ଓଡ଼ିଶା ଏବେ ଆପଣଙ୍କୁ ପାକିସ୍ତାନ ଲାଗିଲାଣି