ହିନ୍ଦୁ ମହାସଭାର ନେତାଙ୍କ ବିବାଦୀୟ ବୟାନ, ରୋଜଗାରର ୨୦ ପ୍ରତିଶତ ଅର୍ଥରେ ହିନ୍ଦୁମାନେ କିଣନ୍ତୁ ଅସ୍ତ୍ର

237

କନକ ବ୍ୟୁରୋ : ଦେଶର ଜିଡିପି ତଳକୁ ତଳକୁ ଖସୁଛି, କରୋନା ମହାମାରୀ ବେଳେ ଜାତି,ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଦେଶର ଜନତା ଜୀବନ ଜୀବୀକା ସହ ସଂଘର୍ଷ କରୁଛନ୍ତି । ଏଭଳି ସ୍ଥଳେ ଦଶହରା ଅବସରରେ ଏକ ଅଜବ ବୟାନ ଦେଇଛନ୍ତି ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଶୋକ ଶର୍ମା । ସେ କହିଛନ୍ତି କି ହିନ୍ଦୁମାନେ ଯଦି ଦୈନିକ ୧୦୦ ଟଙ୍କା ରୋଜଗାର କରୁଛନ୍ତି ତାହେଲେ ତା ମଧ୍ୟରୁ ୨୦ ଟଙ୍କାରେ ଅସ୍ତ୍ର କିଣିବା ଆବଶ୍ୟକ ରହିଛି ।
ଉତ୍ତରପ୍ରଦେଶର ମିରଟ୍ ଠାରେ ଦଶହରା ଅବସରରେ ରାଷ୍ଟ୍ରୀୟ ହିନ୍ଦୁ ମହାସଭା ପକ୍ଷରୁ ସସ୍ତ୍ର ପୂଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଶୋକ ଶର୍ମା । ଏଠାରେ ସେ ଦେଶର ହିନ୍ଦୁ ମାନଙ୍କ ଉର୍ଦ୍ଦେଶ୍ୟରେ କିଛି ବିବାଦୀୟ ବର୍ତ୍ତା ଦେଇଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଶହ ଶହ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅଶୋକ ଶର୍ମା କହିଥିଲେ କି ଆଜି ବିଜୟା ଦଶମୀ । ଏହି ଅବସରରେ ଦେଶର ହିନ୍ଦୁମାନେ ସଂକଳ୍ପ ନେବା ଦରକାର କି ସେମାନେ ତାଙ୍କ ଦୈନିକ ରୋଜଗାରର ୨୦ ପ୍ରତିଶତ ଅର୍ଥରେ ଅସ୍ତ୍ର କିଣିବାର ଆବଶ୍ୟକତା ରହିଛି । କାରଣ ହିନ୍ଦୁ ମାନେ ପୂଜା କରୁଥିବା ସବୁ ଦେବା ଦେବୀଙ୍କ ପାଖରେ ଅସ୍ତ୍ର ରହିଛି । ତେଣୁ ହିନ୍ଦୁମାନେ ଆତ୍ମରକ୍ଷା ପାଇଁ ନିଜ ପାଖରେ ଅସ୍ତ୍ର ରଖିବାକୁ ସେ କହିଛନ୍ତି । ସେ କେବଳ ଏତିକି କହିନାହାନ୍ତି ସେଠାରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ବି ସେ ପ୍ରତିକାତ୍ମକ ଅସ୍ତ୍ର ଦାନ କରିଛନ୍ତି । ଅନ୍ୟପଟେ ସେହି ସଭାରେ ଉପସ୍ଥିତ ଥିବା ରାଜ୍ୟ ପ୍ରବକ୍ତା ଅଭିଷେକ ଅଗ୍ରୱାଲ କହିଥିଲେ କି ଝିଅ ବୋହୂ ମାନଙ୍କର ସୁରକ୍ଷା ପାଇଁ ପାଖରେ ଅସ୍ତ୍ର ରଖିବା ଦରକାର । କାରଣ ଶାସ୍ତ୍ରର ସୁରକ୍ଷା ପାଇଁ ଅସ୍ତ୍ରର ନିହାତି ଆବଶ୍ୟକ ରହିଛି ।
ସେପଟେ ଉତ୍ତର ପ୍ରଦେଶର ଜଣେ ମୁସଲିମ୍ ସଂପ୍ରଦାୟର କନେଷ୍ଟବଳ ଦାଢୀ ରଖିବାକୁ ନେଇ ଚାଲିଥିବା ବିବାଦ ଉପରେ ବି ମତ ରଖିଛନ୍ତି ଅଶୋକ ଶର୍ମା । ସେ କହିଛନ୍ତି କି ଦାଢୀ ରଖିଥିବା କନେଷ୍ଟବଳଙ୍କୁ ତୁରନ୍ତ ବରଖାସ୍ତ କରାଯିବା ଦରକାର । କାରଣ ଭାବେ କହିଛନ୍ତି ଦେଶ ଭିତରେ କଟ୍ଟରପନ୍ଥୀ ମାନେ ଆଡ୍ଡା ଜମାଇବାକୁ ବସିଲେଣି । ସେ ନିଜର ସଉକ ପାଇଁ ନୁହେଁ ନିଜ ଧର୍ମର ପ୍ରଚାର ପାଇଁ ଦାଢୀ ରଖିଥିବା କଥା ଶ୍ରୀ ଶର୍ମା କହିଛନ୍ତି ।