କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେୱାଲାଙ୍କ ବିବାଦୀୟ ବୟାନ। ବିଜେପିକୁ ରାକ୍ଷସ ସହ କଲେ ତୁଳନା

କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେୱାଲାଙ୍କ ବିବାଦୀୟ ବୟାନ। ବିଜେପିକୁ ରାକ୍ଷସ ସହ କଲେ ତୁଳନା

କନକ ବ୍ୟୁରୋ: ଧାରଣା ସୃଷ୍ଟି ହେଉଥିଲା ଯେ, କଂଗ୍ରେସ ଦୃଢ଼ ମନୋବଳ ନେଇ ମୋଦୀ ସରକାରଙ୍କ ବିରୋଧରେ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି, ଠିକ୍ ଏତିକି ବେଳେ ଦଳର ଜଣେ ବରିଷ୍ଠ ନେତା, ଏଭଳି ବୟାନ ରଖିଛନ୍ତି, ଯାହା ଦଳକୁ ପୁଣି ବେକଫୁଟ୍କୁ ଠେଲି ଦେଇଛି । ରାହୁଲ ପଦଯାତ୍ରା କଲେ, କଂଗ୍ରେସ ଉପରେ ଲୋକଙ୍କ ଭରସା ବଢ଼ିଲା । ସାଂସଦରେ ଅନାସ୍ଥା ପ୍ରସ୍ତାବ ଆଣି କଂଗ୍ରେସ ସମେତ ବିରୋଧୀ ମେଣ୍ଟ ପ୍ରମାଣ କରିବାକୁ ଚାହିଁଲେ ଯେ, ଲଢ଼େଇ କରିବାକୁ ସେମାନେ ସମର୍ଥ । ସଂସଦରେ ଅନାସ୍ଥା ସିନା କାଟ ଖାଇଲା, ହେଲେ ଜନତାଙ୍କ ଭିତରେ କଂଗ୍ରେସ ଏବଂ ଏହାର ନେତାଙ୍କ ପ୍ରତି ଆସ୍ଥା ବଢ଼ିଥିବା ଚର୍ଚ୍ଚା ହେଉଛି । ହେଲେ କଂଗ୍ରେସ ସାଂସଦ କହୁଛନ୍ତି ବିଜେପି ରାକ୍ଷସ । ଏବଂ ବିଜେପିକୁ ଭୋଟ୍ ଦେଉଥିବା ଜନତା ରାକ୍ଷସ ପ୍ରବୃତିର । ଯାହା ଦଳକୁ ବେକଫୁଟ୍କୁ ଠେଲି ଦେବାକୁ ଯଥେଷ୍ଟ ।

ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଜନତାଙ୍କୁ ଭଗବାନଙ୍କ ଆସନରେ ବସାଇବାକୁ ଉଦ୍ୟମ କରୁଛନ୍ତି, ଠିକ୍ ସେତେବେଳେ କଂଗ୍ରେସ ନେତା ବିଜେପିକୁ ଭୋଟ୍ ଦେଉଥିବା ଜନତାଙ୍କ ଭିତରେ ରାକ୍ଷାସର ଚେହେରା ଦେଖୁଛନ୍ତି । ବିଜେପିକୁ ହୁଏତ ବିରୋଧୀ ଦଳ ହିସାବରେ କଟାକ୍ଷ କରିବା ପାଇଁ ରାକ୍ଷସ କହିଥାଇପାରନ୍ତି ରଣଦୀପ ସୂର୍ଯ୍ୟେବାଲା । କିନ୍ତୁ ଭୋଟରଙ୍କୁ ରାକ୍ଷାସ ପ୍ରବୃତିର ବୋଲି କହିବା ବିଜେପିକୁ ଟାର୍ଗେଟ୍ କରିବା ପାଇଁ ବଡ଼ ସୁଯୋଗ ଆଣି ଦେଇଛି ।

ଜାତୀୟ ରାଜନୀତିକୁ ପ୍ରଭାବିତ କରୁଥିବା କଂଗ୍ରେସର ବୟାନକୁ ନେଇ ଓଡ଼ିଶାରେ ବି ପ୍ରତିକ୍ରିୟା ସୃ୍ଷ୍ଟି ହୋଇଛି । କାହାକୁ କ୍ଷମତାରେ ବସାଇବେ ଓ କାହାକୁ ବିତାଡ଼ିତ କରିବେ, ନିର୍ବାଚନ ଗଣତନ୍ତ୍ରରେ ତାହା ଜନତା ହିଁ ସ୍ଥିର କରନ୍ତି । ତେଣୁ ଭୋଟରକୁ ମାଇ ବାପ୍ ନ ଭାବି, କେବଳ ଦଳକୁ ସୁହାଇଲା ନାହିଁ ବୋଲି ଜନତା ବିରୋଧୀ ମତ ଦେବା କଂଗ୍ରେସକୁ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe