କନକ ବ୍ୟୁରୋ: ଜେଏନୟୁ କାନ୍ଥରେ ପୁଣି ଲେଖାହେଲା ବିବାଦୀୟ ସ୍ଲୋଗାନ । ଜବାହାରଲାଲ ନେହେରୁ ୟୁନିଭର୍ସିଟିର କାନ୍ଥରେ ରବିବାର ସକାଳୁ କିଛି ବିବାଦୀୟ ସ୍ଲୋଗାନ ଲେଖା ହେଇଥିବା ଦେଖିବାକୁ ମିଳିଛି । ଯେଉଁଥିରେ କି ଭାରତୀୟ ଜନତା ପାର୍ଟି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କାଶ୍ମୀରକୁ ନେଇ ସ୍ଲୋଗାନ୍ ଲେଖାଯାଇଛି । ତେବେ ଏହା ପଛରେ କାହାର ହାତ ଅଛି, କିଏ ଏହାକୁ ଲେଖିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନି ।publive-image

Advertisment

ରବିବାର ସକାଳୁ ଜେଏନୟୁ ସ୍କୁଲ ଅଫ୍ ଲାଙ୍ଗୁଏଜ୍ କାନ୍ଥରେ ବିବାଦୀୟ ସ୍ଲୋଗାନ୍ ଲେଖା ହେଇଥିବା ଦେଖିବାକୁ ମିଳିଥିଲା । ଭଗୱା ଜଲେଗା, ମୋଦୀ ତେରୀ କବ୍ର ଖୁଦେଗୀ ଭଳି ନାରା କାନ୍ଥରେ ଲେଖାଯାଇଥିଲା । ତେବେ ନୀଳ ସ୍ୟାହିରେ ଲେଖା ହେଇଥିବା ଏହି ନାରାକୁ ଲାଲ ସ୍ୟାହିରେ ଲିଭାଯାଇଛି । ଖାଲି ସେତିକି ନୁହେଁ, ଫ୍ରି କାଶ୍ମୀର ସ୍ଲୋଗାନ ମଧ୍ୟ କିଛି କାନ୍ଥରେ ଦେଖିବାକୁ ମିଳିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍ଲୋଗାନ କିଏ ଲେଖିଛି, ଏହା ପଛରେ କାହାର ହାତ ଅଛି, ତାହା ଜଣାପଡିନି । ପ୍ରଶାସନ ତରଫରୁ ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ତେବେ କାନ୍ଥରେ ଲେଖାଯାଇଥିବା ଏହି ସ୍ଲୋଗାନକୁ ତୁରନ୍ତ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।