ଜଗନ୍ନାଥ ଭଜନକୁ ହ୍ୟୁମାନଙ୍କ ଅପମାନ! ବିବାଦରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନା

Advertisment
ଜଗନ୍ନାଥ ଭଜନକୁ ହ୍ୟୁମାନଙ୍କ ଅପମାନ! ବିବାଦରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ  ରୁକୁ ସୁନା

କନକ ବ୍ୟୁରୋ : ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଗୀତିକାର ରୁକୁ ସୁନା। ଦୁହିଁଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲେ ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ନେଇ ଏହି ଅଭିଯୋଗ ହୋଇଛି। ଭିଡିଓରେ ଗୀତିକାର ରୁକୁ ସୁନା ଓ ହ୍ୟୁମାନ ସାଗର ଶ୍ରୀ ଜଗନ୍ନାଥଙ୍କ ଭଜନ କଦର୍ଥ କରି ଗାଉଥିବାର ଦେଖିବାକୁ ମିଳୁଛି।

କେବଳ ସେତିକି ନୁହେଁ ଦୁହେଁ ଜଗନ୍ନାଥ ଭଜନର ହସ, ମଜା କରି ଥଟ୍ଟା ପରିହାସ କରୁଥିବାର ବି ଦେଖିବାକୁ ମିଳୁଛି। ଏଭଳି ଆଚରଣ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଥାନାରେ ଏଫଆଇଆର ଦାୟର ହୋଇଛି। କେବଳ ଏହି ଦୁଇଜଣଙ୍କ ବିରୋଧରେ ନୁହେଁ, ଯେଉଁମାନେ ସବୁ ଏହି ଭିଡିଓରେ ଦେଖାଯାଉଛନ୍ତି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe