ନକ ବ୍ୟୁରୋ: ଚର୍ଚ୍ଚାରେ ଆଇଆଇଟି ବମ୍ବେର କାର୍ଯ୍ୟାନୁଷ୍ଠାନ । ରାମ-ସୀତାଙ୍କ ଭୂମିକାରେ ବିବାଦୀୟ ଅଭିୟନ ପାଇଁ ୪ ଜଣ ଛାତ୍ରଙ୍କୁ ଲକ୍ଷେ ୨୦ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ । ୪୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ୪ ଛାତ୍ରଙ୍କୁ କୁହାଯାଇଛି ।

Advertisment

ଗତ ମାର୍ଚ୍ଚ ୩୧ ତାରିଖରେ ‘ରାହୋବନ’ ଶୀର୍ଷକ ଥିବା ଏକ ନାଟକରେ ରାମାୟଣର କଥୋପକଥନକୁ ବ୍ୟଙ୍ଗ କରାଯାଇଥିଲା । ଯାହାକୁ ନେଇ କିଛି ଛାତ୍ର କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର ୩ ମାସ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିୟନର ଭିଡିଓ ଇଂଟରନେଟରେ ଭାଇରାଲ ପରେ ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ଭିଡିଓରେ ସୀତାଙ୍କୁ ଅପହରଣ କରି ଭଲ ସ୍ଥାନରେ ରଖିବାକୁ ନେଇ ସେ ରାବଣକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା । ନାଟକରେ ସୀତାଙ୍କ ଚରିତ୍ରକୁ ଅପମାନଜନକ ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା ।