ପତଳା ଓ ମୋଟା ହେବା ପାଇଁ କଣ ଖାଇବା ଉଚିତ ! ବିଜ୍ଞାପନ ମାଧ୍ୟମରେ ସରକାର ଦେଲେ ପରାମର୍ଶ, ସୋସିଆଲ ମିଡିଆରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା

Advertisment
ପତଳା ଓ ମୋଟା ହେବା ପାଇଁ କଣ ଖାଇବା ଉଚିତ ! ବିଜ୍ଞାପନ ମାଧ୍ୟମରେ ସରକାର ଦେଲେ ପରାମର୍ଶ, ସୋସିଆଲ ମିଡିଆରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା

କନକ ବ୍ୟୁରୋ : ମହିଳାଙ୍କ ସୁନ୍ଦର ସ୍ୱାସ୍ଥ୍ୟ ନେଇ ଭାରତ ସରକାରଙ୍କ ବିଜ୍ଞାପନ ଏବେ ବିବାଦ ଘେରରେ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୁଗଠିତ ଶରୀର ଗଠନ ପାଇଁ ବିଜ୍ଞାପନ ଦେଇ କଣ ଖାଦ୍ୟ ଖାଇବା ଉଚିତ, ସେନେଇ ପରାମର୍ଶ ଦେଇଥିଲେ । ତେବେ ଏହାକୁ ଟ୍ୱିଟରରେ ପ୍ରବଳ ବିରୋଧ ଦେଖିବାକୁ ମିଳିଛି ।

publive-imageଜାତୀୟ ସ୍ୱାସ୍ଥ୍ୟ ମିଶନର ବିଜ୍ଞାପନକୁ ଦେଖାଇ ସରକାର ପ୍ରଶ୍ନ କରିଛନ୍ତି ଆପଣଙ୍କ ପସନ୍ଦ କଣ? ଜିରୋ ଫିଗର ନା ମେଦ ବହୁଳ ମୋଟା ଶରୀର? ବିଜ୍ଞାପନରେ ଦୁଇଟି ଚିତ୍ର ଦେଖାଇ ଆକର୍ଷଣୀୟ ଓ ସୁସ୍ଥ ସ୍ୱାସ୍ଥ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି । ଦୁଇଟି ଚିତ୍ର ମଧ୍ୟରେ ରହିଛି ମହିଳାଙ୍କ ନିୟମିତ ଖାଦ୍ୟପେୟର ତାଲିକା । ତେବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ପକ୍ଷରୁ ଜାରି ଏହି ବିଜ୍ଞାପନକୁ ନେଇ ବିବାଦ ଆରମ୍ଭ ହୋଇଛି ।

ରଚନା ଚାଚି
ଟ୍ୱିଟରରେ ଜଣେ ମହିଳା ରଚନା ଚାଚି, ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି, ସରକାର ସୁନ୍ଦର ଶରୀରକୁ ନେଇ ସତରେ କଣ ଏହି ଲଜାଜନକ ବିଜ୍ଞାପନ ପ୍ରସ୍ତୁତ କରିଛନ୍ତି? ମହିଳାମାନେ ଅଧିକ ଖାଦ୍ୟପ୍ରିୟ ହୋଇପାରନ୍ତି ତେବେ ସେମାନଙ୍କ ହରମୋନ୍ ଜନିତ ସମସ୍ୟା ରହିଛି, ଯେଉଁଥିପାଇଁ ସେମାନେ ଅଧିକ ମୋଟା ହୋଇଯାଆନ୍ତି । ଏଭଳି ବିଜ୍ଞାପନ ଅତି ସମ୍ବେଦନହୀନ ପ୍ରଚାର!

ତ୍ରିଭନ ଡଟ୍ କେ
ଏହା ଅତି ଦୁଃଖର ବିଷୟ । ଏଭଳି ବିଜ୍ଞାପନ ପ୍ରସ୍ତୁତକାରୀ ନିଃସର୍ତ କ୍ଷମାପ୍ରାର୍ଥନା କରିବା ଉଚିତ

ସୋମୱାନ ସୋମୱେର
ଏହା ସମ୍ପୂର୍ଣ୍ଣ ଭାବେ ଏକ ସଠିକ୍ ବିଜ୍ଞାପନ । ଏହାକୁ ଭିନ୍ନ ଅର୍ଥରେ ଦେଖିବା ବନ୍ଦ କର

ଇଣ୍ଡିଆନ୍!
ବିଜ୍ଞାପନରେ କଣ ଭୁଲ ଅଛି? ଶରୀର ପାଇଁ ସୁସ୍ଥ ଖାଦ୍ୟର ପ୍ରଚାର କରିବା କଣ ଭୁଲ୍?

ଆଲୋକ କୁମାର
ସାବଧାନ.. ମୋଟା ହେବା ମାନେ ନୁହେଁ ଯେ, ଏହି ଖାଦ୍ୟ ହିଁ ତାର କାରଣ

ସିକ୍ରେଟ୍ ଫ୍ରେଣ୍ଡ
ମୁଁ ଜଣେ ମହିଳା, ଯିଏ ସବୁ ପ୍ରକାରର ଫାଷ୍ଟଫୁଡ୍ ଏବଂ ଅତ୍ୟଧିକ ଖାଦ୍ୟ ଖାଏ । ତଥାପି ମୁଁ ପତଳା ଏବଂ ସୁସ୍ଥ ମଧ୍ୟ..

ସୁନ୍ଦର ସ୍ୱାସ୍ଥ୍ୟ ଓ ସୁସ୍ଥ ଶରୀର ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନର ଏଭଳି ବିଜ୍ଞାପନ ପ୍ରକାଶ ପାଇବା ପରେ ଟ୍ୱିଟରରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ନିଜ ଶରୀର ଉପରେ ସରକାରଙ୍କ ଏଭଳି ପରାମର୍ଶକୁ ଅନେକ ନିନ୍ଦା କରିଥିବା ବେଳେ କିଛି ସମର୍ଥନ ବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe