ଅସ୍ଥାୟୀ ଟେଂଟରୁ ଭବ୍ୟ ଆସନରେ ବିରାଜିଲେ ରାମଲାଲାଙ୍କ ପୁରୁଣା ମୂର୍ତ୍ତି । ବାଳକ ରାମଙ୍କ ସମ୍ମୁଖରେ ବିରାଜିଲେ ପୁରୁଣା ମୂର୍ତ୍ତି, ଉଠିଥିଲା ପ୍ରଶ୍ନ

410

କନକ ବ୍ୟୁରୋ : ଦୀର୍ଘବର୍ଷ ପରେ ଅସ୍ଥାୟୀ ଟେଂଟରୁ ଯାଇ ନବନିର୍ମିତ ଭବ୍ୟ ରାମମନ୍ଦିର ଗର୍ଭଗୃହରେ ବିରାଜିଛନ୍ତି ରାମଲାଲାଙ୍କ ପୁରୁଣା ମୂର୍ତି । ବାଳକରାମଙ୍କ ମୂର୍ତି ସମ୍ମୁଖରେ ପୁରୁଣା ମୂର୍ତିକୁ ରଖାଯାଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଯେବେଠୁ ପୁରୁଣା ମୂର୍ତି ବଦଳରେ ଯେବେଠୁ ନୂଆ ମୂର୍ତି ଗର୍ଭଗୃହରେ ପ୍ରାଣପ୍ରତିଷ୍ଠା ପାଇବା ନେଇ ଖବର ଆସିଥିଲା ସେବେଠୁ ଏହାକୁ କିଛି ପକ୍ଷ ବିରୋଧ କରିଥିଲେ । କେବଳ ସେତିକି ନୁହେଁ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ଅନେକ କହିଥିଲେ ପୁରୁଣା ମୂର୍ତି ବଦଳରେ କାହିଁକି ନୂଆ ମୂର୍ତିକୁ ଗର୍ଭଗୃହରେ ସ୍ଥାପନ କରାଯିବ । ତେବେ ଏନେଇ ସନ୍ତୋଷଜନକ ଉତର ମଧ୍ୟ ରଖିଥିଲା ଶ୍ରୀରାମ ଜନ୍ମଭୂର୍ମି ତୀର୍ଥ କ୍ଷେତ୍ର । ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା–

-ରାମଲାଲାଙ୍କ ପୁରୁଣା ମୂର୍ତ୍ତିର୍ର ଉଚ୍ଚତା କେବଳ ୫ରୁ ୬ ଇଂଚ ଅଟେ
-ନବନିର୍ମିତ ମନ୍ଦିରରେ ଯଦି ମୂର୍ତ୍ତିକୁ ସ୍ଥାନ ଦିଆଯାଇଥାନ୍ତା ତେବେ ଦୂରରେ ଥିବା ଭକ୍ତ ଏହାର ସମ୍ପୂର୍ଣ୍ଣ ଦର୍ଶନ କରିପାରିନଥାନ୍ତେ
-ମନ୍ଦିର ନିର୍ମାଣ ଢ଼ାଂଚାରେ ଅନୁସାରେ ପୁରୁଣା ମୂର୍ତ୍ତିିର୍ର ଆକାର ଅତ୍ୟନ୍ତ ଛୋଟ ଅଟେ
-କେବଳ ୨୭ରୁ ୨୮ ଫୁଟ ମଧ୍ୟରେ ଏହାର ସ୍ପଷ୍ଟ ଦର୍ଶନ କରିବା ସମ୍ଭବ
-ପୁରୁଣା ମୂର୍ତ୍ତି ପଥରରେ ନିର୍ମିତ ଓ ଉଚ୍ଚତା କେବଳ ୬ ଇଂଚ ଅଟେ

ଅଯୋଧ୍ୟାରେ ବିରାଜି ସାରିଛନ୍ତି ଶ୍ରୀରାମ । ତେବେ ମନ୍ଦିରର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇନି । ମୁଖ୍ୟ ମନ୍ଦିରର କେବଳ ପ୍ରଥମ ମହଲା ର୍ନିମାଣ ସରିଛି । ଦ୍ୱିତୀୟ ମହଳାର କାମ ଚାଲିଛି । ତାପରର ହେବ ତୃତୀୟ ମହଲା ।ଶେଷରେ ମନ୍ଦିରର ଶିଖର ଭାଗ ନିର୍ମାଣ କରାଯିବ । ସେଥିପାଇଁ ମନ୍ଦିର ପରିସର ଓ ବାହାରେ ନିର୍ମାଣ ହେବ ଆହୁରି ୧୩ ମନ୍ଦିର । ସୂଚନା ଅନୁସାରେ ମନ୍ଦିର ପରିସରରରେ ୬ଟି ଓ ବାହାରେ ୭ଟି ମନ୍ଦିର ନିର୍ମାଣ କରାଯିବ । ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ପୂଜା ପାଉଛି କର୍ଣ୍ଣାଟକର ଅରୁଣ ଯୋଗୀରାଜଙ୍କ ମୂର୍ତି । ତେବେ ଗଣେଷ ଭଟ୍ଟ ଓ ମହାରାଷ୍ଟର ସତ୍ୟନାରାୟଣ ପାଣ୍ଡେଙ୍କ ମନୋନୀତ ଅନ୍ୟ ଦୁଇକୁ ମଧ୍ୟ ମନ୍ଦିର ପରିସରରେ ସ୍ଥାପନ କରାଯିବ । ଏଥିସହ ମନ୍ଦିରର ୨ୟ ଓ ୩ୟ ମହଲାରେ ଅନ୍ୟାନ୍ୟ ଦେବାଦେବୀଙ୍କୁ ରୀତିନିତି ବିଦ୍ଧିବିଧାନ ଅନୁସାରେ ପ୍ରତିଷ୍ଠା କରାଯିବ । ଏନେଇ ବିସ୍ତୁତ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀଥକ୍ଷେତ୍ର ଟ୍ୟଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୁରୁଦେବ ଗିରି । ଏବେ ସୁଦ୍ଧା ମନ୍ଦିର ନିର୍ମାଣ ପାଇଁ ୧୧ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୋଟ ଖର୍ଚ୍ଚ ୧୪ଶହ କୋଟି ହୋଇପାରେ ।