କନକ ବ୍ୟୁରୋ: ଉଚ୍ଛେଦ ହେଲା ସରକାରୀ ଚୁକ୍ତିଭିତ୍ତିକ ପ୍ରଥା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି । ଏହା ଉଚ୍ଛେଦ ହେବା ପରେ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ। ରାଜ୍ୟ ତହବିଲରୁ ଏନେଇ ଖର୍ଚ୍ଚ ହେବ ୧୩ ଶହ କୋଟି ଟଙ୍କା। ୫ଟି ଅନୁସାରେ କାମ କରିବା ପାଇଁ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment