କନକ ବ୍ୟୁରୋ : ଆଜି ବି ଲୋୟର ପିଏମଜିରେ ଶିକ୍ଷକଙ୍କ ଧାରଣା ଜାରି ରହିଛି । ଠିକା ନିଯୁକ୍ତି ଉଚ୍ଛେଦ ନେଇ ଦାବିରେ ହାଇସ୍କୁଲ ଚୁକ୍ତିଭିତିକ ଶିକ୍ଷକ ସଂଘ ଆନ୍ଦୋଳନ । ଠିକା ନିଯୁକ୍ତି ଉଚ୍ଛେଦ ନେଇ ଗତବର୍ଷ ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

Advertisment

ଏହାରି ଭିତରେ ବିଭିନ୍ନ ବିଭାଗ ଏହାକୁ କାର୍ଯ୍ୟକାରୀ କରିଥିବା ବେଳେ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ କରିନାହାନ୍ତି । ଯାହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ସଂଘ । ୨୦୧୬ରୁ ୨୦୨୨ ଯାଏଁ ହଜାର ହଜାର ହାଇସ୍କୁଲ ସିବିଟି ଶିକ୍ଷକ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ସରକାର ଦାବି ନଶୁଣିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ ସଂଘ ।