କନକ ବ୍ୟୁରୋ : ଲୋୟର ପିଏମଜିରେ ଗର୍ଜିଲେ ଶିକ୍ଷକ । ଠିକା ନିଯୁକ୍ତି ଉଚ୍ଛେଦ ନେଇ ଦାବିରେ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ । ଠିକା ନିଯୁକ୍ତି ଉଚ୍ଛେଦ ନେଇ ଗତବର୍ଷ ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାରି ଭିତରେ ବିଭିନ୍ନ ବିଭାଗ ଏହାକୁ କାର୍ଯ୍ୟକାରୀ କରିଥିବା ବେଳେ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ କରିନାହାନ୍ତି । ଯାହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ସଂଘ । ୨୦୧୬ରୁ ୨୦୨୨ ଯାଏଁ ହଜାର ହଜାର ହାଇସ୍କୁଲ ସିବିଟି ଶିକ୍ଷକ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ସରକାର ଦାବି ନଶୁଣିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ ସଂଘ ।

Advertisment