କନକ ବ୍ୟୁରୋ: ଓଡିଶାରେ ଶେଷ ହୋଇଛି ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିବା ପରେ ସବୁଠି ଖୁସିର ଲହରୀ ଖେଳିଯାଇଛି । ଏମିତି କି ଜାତୀୟ ସ୍ତରରେ ମଧ୍ୟ ଓଡିଶା ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପ୍ରଂଶସା କରାଯାଇଛି । ତେବେ ସୋସିଆଲ୍ ମିଡିଆ ସାଇଟରେ ମଧ୍ୟ ନବୀନଙ୍କ ଏହି ନିଷ୍ପତ୍ତିର କମାଲ ଦେଖିବାକୁ ମିଳିଛି । ଟୁଇଟରରେ ଏବେ #OdishaEndContractRecruitment ଟ୍ରେଣ୍ଡ୍ କରୁଛି ।
ତେବେ ରାଜ୍ୟରୁ ଉଠିଛି ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏହାକୁ ରାଜ୍ୟବାସୀଙ୍କ ପାଇଁ ଦୀପାବଳି ଭେଟି କହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତିି, ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିିକ ନିଯୁକ୍ତି ବ୍ୟବସ୍ଥାକୁ ସବୁଦିନ ପାଇଁ ଉଛେଦ କରିବାକୁ ନିଷ୍ପତି ନେଇଛନ୍ତି । ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି । କିନ୍ତୁ ଓଡିଶାରେ ଚୁକ୍ତିିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହୋଇଛି ।
ଏଣିକି ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ । ତେବେ ଆସନ୍ତାକାଲି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ୧୩ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳୀ ଭେଟି ହେବ । ଏଥିସହ ସରକାରୀ କର୍ମଚାରୀମାନଙ୍କୁ ଭଲ କାମ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦାୟିିତ୍ୱପାଳନ ବେଳେ ୫ଟି ଉପକ୍ରମ – ଟିମ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପ୍ୟାରେନ୍ସି ଓ ଟ୍ରାନ୍ସଫରମେସନକୁ ଅନୁସରଣ କରିବାକୁ କହିଛନ୍ତି ନବୀନ । ଏଥିସହ ସେ କ୍ଷମତାକୁ ଆସିବା ସମୟରେ ରାଜ୍ୟର ଆର୍ଥିକ ସ୍ଥିତି କେମିତି ଥିଲା, କାହିଁକି ଚୁକ୍ତି ଭିତ୍ତିକ ନିଯୁକ୍ତି ଆରମ୍ଭ କରିଥିଲେ ତାହା ଗୋଟି ଗୋଟି କରି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/WhatsApp-Image-2022-10-15-at-11.09.54-PM.jpeg)