କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଉଲଂଘନ କରି ଡହଡହ ଖରାରେ କାର୍ଯ୍ୟ କରୁଛନ୍ତି ଶ୍ରମିକ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ସୁରକ୍ଷା ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମାତ୍ର ବାଙ୍କୀ ବ୍ଲକରେ ଏହି ନିୟମକୁ ଖୋଲା ଖୋଲି ଉଲଙ୍ଘନ କରାଯାଉଥିବା ଦେଖିବାକୁ ମିଳିଛି ।
ଡହଡହ ଖରାରେ ଶ୍ରମିକ ମାନେ କାର୍ଯ୍ୟ କରୁଛନ୍ତି । କନଷ୍ଟ୍ରକ୍ସନ୍ କାମ ହେଉ ବା ରାସ୍ତାଘାଟ କାର୍ଯ୍ୟ ସବୁଠି ଖରାରେ ଶ୍ରମିକ ମାନେ କାମ କରୁଥିବା ଦେଖିବାକୁ ମିଳିଛି । ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଗୋଳାଗଣ୍ଡ ପଂଚାୟତରେ ଥିବା ମିଶନ ଶକ୍ତି ଗୃହ ନିର୍ମାଣ କରୁଛନ୍ତି ଶ୍ରମିକ । କାମ ଅଧାରୁ ବନ୍ଦ କରି ଦେଲେ ଠିକାଦାର ପାରିଶ୍ରମିକ ବନ୍ଦ କରି ଦେବେ ବୋଲି ଅଭିଯୋଗ କରିଛନ୍ତି ଶ୍ରମିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/ll.jpg)