କନକ ବ୍ୟୁରୋ: ରାଉରକେଲା ମହାନଗର ନିଗମରେ କର୍ମଚାରୀଙ୍କୁ ବିଭିନ୍ନ ଠିକାସଂସ୍ଥା ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଦରମା ବାବଦରେ ମହାନଗର ନିଗମରୁ ଠିକାସଂସ୍ଥା ପୂରା ଟଙ୍କା ଉଠାଉଥିଲେ ବି କର୍ମଚାରୀଙ୍କୁ ପୂରା ଦରମା ଦେଉନାହାନ୍ତି । ପ୍ରତିବାଦ କଲେ ଚାକିରି ଯାଉଛି । ଫଳରେ ଭୟରେ କେହି ପାଟି ଖୋଲୁନାହାନ୍ତି ।
ରାଉରକେଲା ମହାନଗର ନିଗମରେ ସେ ଅଳିଆ ସଫେଇ ଗାଡ଼ିର ଡ୍ରାଇଭର ଭାବେ ସୌମ୍ୟ ରଞ୍ଜନ ଶର୍ମା ଠିକାସଂସ୍ଥା ଅଧୀନରେ କାମ କରୁଥିଲେ । ଠିକାସଂସ୍ଥା ତାଙ୍କୁ ନିର୍ଦ୍ଧାରିତ ଦରମା ଦେଲାନାହିଁ । ଭବିଷ୍ୟନିଧି ପାଣ୍ଠି ଏବଂ ଇଏସଆଇ ଭଳି ସୁବିଧା ତ ଦୂରର କଥା । ସୌମ୍ୟ ରଞ୍ଜନ ଏହାର ପ୍ରତିବାଦ କରିବାରୁ ତାଙ୍କ ଚାକିରି ଚାଲିଗଲା । ଏହାପରେ ଅନ୍ୟ ଠିକା କର୍ମଚାରୀମାନେ ଚାକିରି ଚାଲିଯିବା ଭୟରେ ପାଟି ନଖୋଲି କାମ କରିବାକୁ ବାଧ୍ୟ ହେଉଛନ୍ତି ।
ରାଉରକେଲା ମହାନଗର ନିଗମରେ କାମ କରୁଥିବା ବିଭିନ୍ନ ଠିକାସଂସ୍ଥା ଏଭଳି ମନମାନି ଚଳାଇଛନ୍ତି । ମହାନଗର ନିଗମରୁ ଠିକାସଂସ୍ଥା ପୂରା ଦରମା ଉଠାଉଥିଲେ ବି କାଣ୍ଟଛାଣ୍ଟ କରି କର୍ମଚାରୀଙ୍କୁ ଦେଉଛନ୍ତି। କେବଳ ସଫେଇ କର୍ମଚାରୀ ନୁହନ୍ତି, ସିକ୍ୟୁରିଟି ଗାର୍ଡ, ମାଳି ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଶୋଷଣ କରାଯାଉଛି । କାମ ଅନୁସାରେ କମ୍ ପାରିଶ୍ରମିକ ମିଳୁଛି । ପ୍ରଶ୍ନ ଉଠୁଛି, ଠିକାସଂସ୍ଥାଙ୍କ ମନମାନି କ'ଣ ଜାଣିପାରୁନି ଆରଏମ୍ସି ? ବିନା ଟେଣ୍ଡରରେ ଠିକାସଂସ୍ଥାଙ୍କୁ କାମ ଦେବା ଅଭିଯୋଗ ହୋଇଛି। ଏହା ପଛର ରହସ୍ୟ କ'ଣ ? ମିଳିମିଶି ଖାଉଛନ୍ତି କି ଦରମା ଟଙ୍କା ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/05/28/E8EOFmNNFX0tlxf4tgjP.png)