ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ନବୀନଙ୍କ ଦାବି । କହିଲେ, ଜୁନ୍ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ, ଓଡିଶାକୁ ଟ୍ରେନ୍ ଓ ବିମାନ ସେବା ବନ୍ଦ ରଖୁ କେନ୍ଦ୍ର । ଗଲ୍ଫ ଦେଶରେ ଫଶିଥିବା ପ୍ରବାସୀଙ୍କୁ ଫେରାଇ ଆଣିବାକୁ କଲେ ଅନୁରୋଧ ।

6,984

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଟକରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସ୍ଥିତି ନେଇ ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କିଛି ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି । ନବୀନ କହିଛନ୍ତି, ଆସନ୍ତା ଜୁନ ମାସ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଫେରିଆସିଥିବାରୁ ସଂକ୍ରମଣର ଭୟ ବଢିଛି । ତେଣୁ ରାଜ୍ୟକୁ ବିମାନ ଓ ରେଳ ଚଳାଚଳ ବନ୍ଦ ରଖିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ କିନ୍ତୁ ଗଲ୍ଫ ଦେଶରେ ଫସିରହିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ଦାବି ରଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗଲ୍ଫ ଦେଶରେ ବହୁ କମ ରୋଜଗାର କରୁଥିବା ଲୋକ ଫଶି ରହିଥିବାରୁ ସେମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ନବୀନ । ପ୍ରସଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆଗରେ ଉଠାଇଛନ୍ତି ନବୀନ ପଟ୍ଟନାୟକ । ସେପଟେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ପ୍ରସଙ୍ଗକୁ ନେଇ ବି ଏକ ଗରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଶେଷ ହେବା ପରେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ସବୁ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।