କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ କିଛି ପ୍ରମୁଖ ନେତା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣ ପାଇଁ ବିବାଦରେ ରହିଆସିଛନ୍ତି। କିନ୍ତୁ ନିର୍ବାଚନ ବିଜୟରେ ସେହି ବିବାଦଗୁଡ଼ିକ ଯେପରି ପ୍ରଭାବହୀନ ହୋଇଯାଇଛି। ବେବିନା ମାମଲା ଓ ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ବିବାଦରେ ରହିଥିଲେ ପ୍ରଦୀପ ମହାରଥୀ। ତାହା ସତ୍ତ୍ବେ ସେ ବିଜୟୀ ହୋଇଛନ୍ତି। ପୁଅମାନଙ୍କ ଅପରାଧିକ କାର୍ଯ୍ୟକଳାପକୁ ନେଇ ସବୁବେଳେ ବିବାଦରେ ରହିଥିବା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ବି ବିଜୟ ଲାଭ କରିଛନ୍ତି।
ଜିତିଲେ ଭାଗୀରଥି, ତୁଷାରକାନ୍ତି
ଆନନ୍ଦପୁର ଆସନରୁ ଭାଗୀରଥି ସେଠୀ ଓ କାକଟପୁର ଆସନରୁ ତୁଷାରକାନ୍ତି ବେହେରା ପ୍ରଥମେ ବିଜେପି ଟିକେଟ୍ ପାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ବିଜେଡିରେ ଯୋଗ ଦେଇ ବିଜେଡି ଟିକେଟ୍ ପାଇ ନିର୍ବାଚନକୁ ଓହ୍ଲାଇଥିଲେ। ଶେଷ ମୂହୁର୍ତ୍ତରେ ଦଳବଦଳର କୌଣସି ପ୍ରଭାବ ପଡ଼ିନି ସେମାନଙ୍କ ବିଜୟ ରାସ୍ତାରେ। ଉଭୟ ନେତା ବିଜୟ ହାସଲ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/bari-win.jpg)