ଯାଜପୁରରେ ବଢିଲା କଣ୍ଟେନମେଣ୍ଟ ଅଞ୍ଚଳ: ୩ ବ୍ଲକର ୭ ପଞ୍ଚାୟତର ୧୩ଟି ଗାଁ ସିଲ; ଯାଜପୁର ସଦର, ଦଶରଥପୁର ଓ କୋରେଇ ବ୍ଲକର ୧୩ ଟି ଗାଁ ସିଲ

କାଲି ୫ ପଜିଟିଭ ଚିହ୍ନଟ ପରେ ପ୍ରଶାସନର ପଦକ୍ଷେପ: ମେ ୪ ତାରିଖ ରାତି ୮ଟା ଯାଏଁ କଟକଣା ଲାଗୁ

1,304

କନକ ବ୍ୟୁରୋ: ଯାଜପୁରରେ ବଢିଲା ଅବରୋଧ ଅଂଚଳ ପରିସିମା । ଜିଲ୍ଲାରେ ଗତକାଲି ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ କଟେନ୍ମେନଟ୍ ଜୋନର ପରିସୀମା ବଢାଇଛନ୍ତି ଜିଲ୍ଲାପାଳ । ନୂଆ ମାମଲା ସାମ୍ନାକୁ ଆସିବା ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲାପାଳ ରଂଜନ ଦାସ, ଆକ୍ରାନ୍ତ ବ୍ୟକ୍ତିଙ୍କ ପଂଚାୟତକୁ ଅବରୋଧ ଅଂଚଳ ଘୋଷଣା କରିଥିଲେ । ଯାଜପୁର ସଦର, ଦଶରଥପୁର ଓ କୋରେଇ ବ୍ଲକର ୪ଟି ପଂଚାୟତରେ ରୋଗୀ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲା ।

ତେବେ ପାରିପାଶ୍ୱର୍ିକ ସ୍ଥିତି ଓ ଆକ୍ରାନ୍ତ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରି କଟେନ୍ମେନଟ୍ ଜୋନ୍ ପରିସୀମାକୁ ବୃଦ୍ଧି କରିଛି ପ୍ରଶାସନ । ସେହି ୩ଟି ବ୍ଲକ ୭ଟି ପଂଚାୟତର ୧୩ଟି ଗାଁକୁ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହି ଅବରୋଧ ଅଂଚଳ ଅବଧି ମେ ୪ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବଳବତର ରହିବ ବୋଲି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜଣେ ଆକ୍ରାନ୍ତ ଯାଜପୁର ମୁଖ୍ୟ ଚିକିତ୍ସାଳୟର ଆସୋଲେସନ୍ ୱାର୍ଡରେ ଥିଲେ । ସେହି ସମୟରେ ତାଙ୍କୁ ଚିକିତ୍ସା କରିଥିବା ୨ ଜଣ ଡାକ୍ତର ଓ ୨୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କ୍ୱାରେନ୍ଟାଇନରେ ରହିବା ପାଇଁ ଜିଲ୍ଲପାଳ ନିର୍ଦେଶ ଦେଇଛନ୍ତି ।