ବିଜୁଳି କର୍ମଚାରୀଙ୍କ ପାଇଁ ଆନ୍ଦୋଳନ ହେଲା କାଳ, ଆନ୍ଦୋଳନ କରୁଥିବା ୬୫୦ କର୍ମଚାରୀଙ୍କୁ ଚାକିରିରୁ ବିଦାକଲେ ଯୋଗୀ ସରକାର

Advertisment
ବିଜୁଳି କର୍ମଚାରୀଙ୍କ ପାଇଁ ଆନ୍ଦୋଳନ ହେଲା କାଳ, ଆନ୍ଦୋଳନ କରୁଥିବା ୬୫୦ କର୍ମଚାରୀଙ୍କୁ ଚାକିରିରୁ ବିଦାକଲେ ଯୋଗୀ ସରକାର

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଆନ୍ଦୋଳନ କରୁଥିବା ବିଜୁଳି କର୍ମଚାରୀଙ୍କ ପାଇଁ ପ୍ରଥମେ ହାଇକୋର୍ଟ କଠୋର ହୋଇଥିବା ବେଳେ ଏବେ ରାଜ୍ୟ ସରକାର ମଧ୍ୟ କଠୋର ହୋଇଛନ୍ତି । ଆନ୍ଦୋଳନ କରୁଥିବା ୬୫୦ ଜଣ ଠିକା କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଯୋଗୀ ସରକାର । ଏହାସହ ଏହି କର୍ମଚାରୀମାନଙ୍କୁ ଚାକିରି ଦେଇଥିବା ୭ଟି ଏଜେନ୍ସି ଉପରେ ସରକାର ମାମଲା ରୁଜୁ କରିଛନ୍ତି । ଏହାସହ ଆନ୍ଦୋଳନ ଆଳରେ କାମ କରୁନଥିବା ଅନ୍ୟ କର୍ମଚାରୀଙ୍କ ଉପରେ ତୁରନ୍ତ ମାମଲା ରୁଜୁ କରିବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପୂର୍ବରୁ ବିଜୁଳି ଯୋଗାଣରେ ବାଧାସୃଷ୍ଟି ନକରିବାକୁ ଏହା ପୂର୍ବରୁ ମଧ୍ୟ ଏକ ଆଦେଶ ଜାରି କରାଯାଇଥିଲା । ଏହାପରେ ବି ବିଜୁଳି ବିଭାଗର କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଥିଲେ । ଏହାକୁ ନେଇ ଆହ୍ଲାବାଦ ହାଇକୋର୍ଟ ଆନ୍ଦୋଳନରତ କର୍ମଚାରୀ ୟୁନିୟନର ନେତାମାନଙ୍କ ବରୋଧରେ ଆଇନଅମାନ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ସେମାନଙ୍କ ବିରୋଧରେ ଜାମିନବିହୀନ ଗିରଫ ୱାରେଣ୍ଟ ଜାରି କରି ସେମାନଙ୍କୁ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଅଦାଲତରେ ହାଜର ହେବାକୁ ଆଦେଶ ଦେଇଛନ୍ତି । ଏହି କ୍ରମରେ ଉତ୍ତର ପ୍ରଦେଶ ପାୱାର କର୍ପୋରେଶନ ଲିମିଟେଡ ତରଫରୁ ହାଇକୋର୍ଟଙ୍କ ଆଦେଶ କ୍ରମରେ ବିଦ୍ୟୁତ୍ କର୍ମଚାରୀ ସଂଯୁକ୍ତ ସଂଘର୍ଷ ସମିତିର ସଂଯୋଜକ ଶୈଳେନ୍ଦ୍ର ଦୁବେଙ୍କ ସମେତ ବିଭିନ୍ନ ସଂଗଠନର ମୋଟ ୧୮ ପଦାଧିକାରୀଙ୍କୁ ନୋଟିସ କରି ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe