କନକ ବ୍ୟୁରୋ: ଭଦ୍ରକରେ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ୯ଟି ପଂଚାୟତକୁ କଂଟେନମେଂଟ ଜୋନ୍ ଘୋଷଣା । ୯ଟି ପଂଚାୟତର ୨୨ ଗାଁକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଅବରୋଧ ଅଂଚଳକୁ ଯିବା ଆସିବା ଉପରେ କଟକଣା ଜାରି କରାଯିବା ସହ ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି । ଭଦ୍ରକ ବାସୁଦେବପୁର ଅଂଚଳର ପଦ୍ମପୁର, ଲୁଙ୍ଗା, ସୁଗୋ, ଏରତାଳ, ହରିଡାବିନାୟକପୁର, ଗୁଆଗାଡିଆ, ଲଖମୀଦାଶପୁର,ବାଲିମେଦ ଓ ଅଢୁଆଁ ପଂଚାୟତକୁ ସିଲ୍ କରାଯାଇଛି । ଏହି ସବୁ ଅଂଚଳକୁ ସିଲ୍ କରି କଡା ନଜର ରଖିଛି ଭଦ୍ରକ ଜିଲ୍ଲା ପ୍ରଶାସନ ।

Advertisment

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ନେଇ ତଥ୍ୟ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଂଚଳର । ଏହି ୩ ଜଣଙ୍କର କୋଲକାତା ଲିଙ୍କ୍ ରହିଛି । ଏମାନେ କୋଲକାତାରୁ ଫେରିଥିଲେ ବୋଲି ସୂଚନା ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଏହି ୩ ଆକ୍ରାନ୍ତଙ୍କୁ ମିଶାଇ ବାସୁଦେବପୁର ବ୍ଲକରେ କରୋନା ଆକ୍ରାନ୍ତ ସଂଖ୍ୟା ୬କୁ ବଢି ଯାଇଛି ।

publive-image

ସେପଟେ ୩ ଆକ୍ରାନ୍ତଙ୍କୁ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅଧିକ ସୂଚନା ଜାରି ହୋଇଛି । ଚିହ୍ନଟ ହୋଇଥିବା ଏହି ୩ ଜଣ ପୁରୁଷ ବୋଲି ଜଣାପଡିଛି । ୩ ଜଣଙ୍କ ବୟସ ୩୫ ବର୍ଷ, ୪୦ ବର୍ଷ ଓ ୫୫ ବର୍ଷ । ଏହି ୩ ଜଣ ଆଗରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ଙ୍କର ସହଯାତ୍ରୀ ଥିଲେ । ଏହି ୩ ଜଣ ଆକ୍ରାନ୍ତଙ୍କର ମଧ୍ୟ କୋଲକାତା ଲିଙ୍କ୍ ବୋଲି ସ୍ପଷ୍ଟ କରିଛିି ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ।