ଭଦ୍ରକରେ ବଢିଲା ଅବରୋଧ ଅଂଚଳର ପରିସୀମା । ତିହିଡି ଓ ଧାମନଗରର ୫ ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ

1,693

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲାରେ ୬୦ ଘଂଟିଆ ଲକଡାଉନର ଆଜି ଦ୍ୱିତୀୟ ଦିନ । ପୁରା ଜିଲ୍ଲା ସିଲ୍ । ଗାଡି ମୋଟର ଚଳାଚଳ ଠପ୍ । ଏହାରି ଭିତରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୬କୁ ବୃଦ୍ଧି ହୋଇଛି । ସେପଟେ ଭଦ୍ରକ ଜିଲ୍ଲାରେ ଆଜି ୫ଟି ସ୍ଥାନକୁ କଂଟେନମେଂଟ୍ ଅଂଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତିହିଡି ବ୍ଲକର ଦାମନବିନ୍ଧା, କାଁପଡା ଏବଂ ଧାମନଗର ବ୍ଲକର କଲ୍ୟାଣି , ଖଡିପଦା ଓ ଦେହୁଡିଆନନ୍ଦପୁର କଂଟେନମେଂଟ ଅଂଚଳ ଘୋଷଣା ହୋଇଛି ।

ଯାଜପୁର ଜିଲ୍ଲାରେ ୬୦ ଘଂଟିଆ ସଟଡାଉନର ଆଜି ଦ୍ୱିତୀୟ ଦିନ । ଏହି ସଟଡାଉନ ଲାଗୁ ହେବାପରେ ଦେଖିବାକୁ ମିଳିଛି ଏହାର ପୁରା ପ୍ରଭାବ । ଗତକାଲି ଠାରୁ ରାସ୍ତାଘାଟ ଖାଁ ଖାଁ । କାଁ ଭାଁ କିଛି ମେଡିସିନ୍ ଦୋକାନ ଖୋଲା ରହିଛି । ଜିଲ୍ଲାକୁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି । ଜିଲ୍ଲାର ପ୍ରମୁଖ ପ୍ରବେଶ ପଥ ଷଠୀପୁରରୁ ଯାଜପୁର ଟାଉନକୁ ସଂଯୋଗ କରୁଥିବା ୫୬ ନଂବର ଜାତୀୟ ରାଜପଥ ଓ କୁଆଖିଆରୁ ଯାଜପୁର ଟାଉନକୁ ସଂଯୋଗ କରୁଥିବା ୨୦ ନଂବର ଜାତୀୟ ରାଜପଥ ପୁରା ସିଲ୍ ରହିଛି ।

ପୁରା ଜିଲ୍ଲାର ବିଭିନ୍ନ ପ୍ରମୁଖ ସ୍ଥାନ ଗୁଡିକରେ ୧୪ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ସଟଡାଉନ ଭିତରେ ଆଜି ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ସକାଳୁ ସକାଳୁ ପ୍ରବଳ ବର୍ଷା ଜାରି ରହିଛି ଜିଲ୍ଲାରେ ।