କନକ ବ୍ୟୁରୋ: ଭଦ୍ରକରେ ୨ଟି ଅଂଚଳରୁ ପ୍ରତ୍ୟାହାର ହୋଇଛି କଂଟେନମେଂଟ ଜୋନର କଟକଣା । ଭଦ୍ରକର ଚରମ୍ପା ଓ ଏରେଇ ଅଂଚଳରୁ ଉଠିଲା କଂଟେନମେଂଟ ଜୋନ୍ କଟକଣା । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଭଦ୍ରକରୁ ୨ ଜଣ କରୋନା ଆକ୍ରାନ୍ତ ସ୍ପଷ୍ଟ ହେବା ପରେ ଏହି ଦୁଇ ଅଂଚଳକୁ କଂଟେନମେଂଟ ଅଂଚଳ ଘୋଷଣା କରାଯାଇଥିଲା ।
ସେପଟେ, ବାଲେଶ୍ୱରର ନିଳିଆବାଗକୁ କଂଟେନମେଂଟ ଅଂଚଳ ଘୋଷଣା କଲା ପ୍ରଶାସନ । ଗତକାଲି ଏହି ଅଂଚଳରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସତର୍କ ହୋଇପଡିଛି ପ୍ରଶାସନ । ଆକ୍ରାନ୍ତ ଜଣଙ୍କର ବୟସ ୫୮ ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଁଚିଛି ।
ଆକ୍ରାନ୍ତ ବ୍ୟକ୍ତି ଜଣକ ନିଳିଆବାଗ ଅଂଚଳର ବୋଲି ଜଣାପଡିଛି । ତେଣୁ ଏହି ଅଂଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରିଛି ପୋଲିସ । ଚିଡିଆପୋଲ ନିକଟରୁ ରାଣୀପାଟଣା ଛକ ଏବଂ ଶ୍ରୀନିକ୍ସ କଲେଜ ନିକଟସ୍ଥ ମହାନାଳ ଯାଏ ସିଲ କରାଯାଇଛି । ଫଳରେ ଏହି ଅଂଚଳକୁ କେହି ଯାଇପାରିବେ ନାହିଁ କିମ୍ବା ବାହାରକୁ କେହି ଆସିପାରିବେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/collage45.jpg)