କନକ ବ୍ୟୁରୋ: ଭୁବନେଶ୍ୱରର ୨ଟି ସ୍ଥାନରୁ ହଟିଲା ଅବରୋଧ ଅଞ୍ଚଳ କଟକଣା । ୫ଟି କନଟେନମେଣ୍ଟ ଜୋନରୁ ୨ଟି ସ୍ଥାନରୁ ହଟିଲା କନଟେନମେଣ୍ଟ ଜୋନ୍ । ସୁନ୍ଦରପଦା ଏବଂ ଯଦୁପୁର ଅଞ୍ଚଳରୁ କନଟେନମେଣ୍ଟ ଜୋନ୍ ଉଠିଲା । ଏଥିସହ ବେଗୁନିଆ ଅଞ୍ଚଳର କିଛି ସ୍ଥାନରୁ ମଧ୍ୟ କଟକଣା ଉଠିଲା । ତେବେ ଘର ଘର ବୁଲି ସର୍ଭେ ଏବଂ ପରୀକ୍ଷା କରିବା ପରେ ମିଳିଥିବା ରିପୋର୍ଟ ଅନୁସାରେ କନଟେନମେଣ୍ଟ ଜୋନ୍ ଉଠାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଏମସି କମିଶନର ।
କନଟେନମେଣ୍ଟ ଜୋନ୍ ଉଠିବା ପରେ ବି ୭ ଦିନ ଯାଏଁ ଉକ୍ତ ଅଞ୍ଚଳକୁ ପୂର୍ବ ପରି ସେବା ଯୋଗାଇ ଦିଆଯିବ । ଘର ଘର ବୁଲି ଆଗରୁ ଯେମିତି ସାମଗ୍ରୀ ଯୋଗାଯାଉଥିଲା ସେମିତି ଚାଲିବ । ପ୍ରତିଶେଧମୂଳକ ପଦକ୍ଷେପ ପାଇଁ ଆଉ ୭ ଦିନ ଏମିତି କରାଯିବ । ତେବେ ଅବରୋଧ ଅଞ୍ଚଳ ଘୋଷଣା ଠାରୁ ଆରମ୍ଭ କରି ଆଜି ଯାଏଁ ଦୁଇ ଅଞ୍ଚଳର ଲୋକେ ପ୍ରଶାସନକୁ ସହଯୋଗ କରିଥିବାରୁ ସରକାରଙ୍କ ତରଫରୁ ଧନ୍ୟବାଦ ଦେଇଛନ୍ତି ବିଏମସି କମିଶନର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/6-5.jpg)