ରାଉରକେଲାର ନାଲାରୋଡ୍ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା: କରୋନା ଆକ୍ରାନ୍ତ ଚିହ୍ନଟ ପରେ ନାଲା ରୋଡର କିଛି ଅଞ୍ଚଳକୁ ସିଲ୍ କଲା ପ୍ରଶାସନ । ସେପଟେ ଦଶରଥପୁର ବ୍ଲକର ୨ଟି ପଂଚାୟତର ୪ଟି ଗାଁକୁ ଅବରୋଧ ଅଂଚଳ ଘୋଷଣା

କଟିକଟା ପଂଚାୟତର କଟିକଟା ଓ ବିଜିପୁର ଗାଁ । ମଲ୍ଲିକାପୁର ପଂଚାୟତର ମହାନ୍ତିପାଟଣା ଓ ମଲ୍ଲିକାପୁର କଂଟେନମେଂଟ ଘୋଷଣା । ସପୃକ୍ତ ଅଂଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ଯାଜପୁର ଜିଲ୍ଲା ପ୍ରଶାସନର ନିଷ୍ପତି

758

କନକ ବ୍ୟୁରୋ: ରାଉରକେଲାରେ ଆକ୍ରାନ୍ତ ବସବାସ କରୁଥିବା ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କଲା ପ୍ରଶାସନ । ସୁନ୍ଦରଗଡର ବିଶ୍ରା ଅଂଚଳରୁ ୨ ଜଣ ଓ ରାଉରକେଲା ଅଂଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ନେଇଛି କଡା ପଦକ୍ଷେପ । ଏହି ଘଟଣା ଜଣାପଡିବା ପରେ ରାଉରକେଲାରେ ଆକ୍ରାନ୍ତ ବସବାସ କରୁଥିବା ଅଂଚଳକୁ କେଂଟେନମେଂଟ ଜୋନ୍ କରିବାକୁ ବ୍ୟାରିକେଡିଂ କରିଛି ପ୍ରଶାସନ । ଏହି ଅଂଚଳରେ ଲୋକଙ୍କ ଗମନାଗମନ କମ୍ କରିବାକୁ ପ୍ରଶାସନ ନେଉଛି ପଦ କ୍ଷେପ । ବିଦ୍ଧିବଦ୍ଧ ଭାବେ ଏହି ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଆଗୁଆ ଏପରି ସତର୍କତା ମୂଳକ ପଦ କ୍ଷେପ ଗ୍ରହଣ କରିଛି । ଜିଲ୍ଲାପାଳ, ଏସପି ପହଁଚି ପୁରା ସ୍ଥିତି ତଦାରଖ କରିଛନ୍ତି ।

ସେହିପରି କଣ୍ଚେନମେଣ୍ଟ ଜୋନ ସଂଲଗ୍ନ କିଛି ଅଞ୍ଚଳକୁ ବଫର ଜୋନ ଭାବେ ଚିହ୍ନଟ କରାଯାଇଛି। ସେଗୁଡିକ ହେଲା ପାୱାରା ହାଉସ ରୋଡ ଠାରୁ ରିଙ୍ଗ ରୋଡକୁ ସ୍ପର୍ଶ କରୁଥିବା ପଏଣ୍ଟ, ତେଲୁଗୁପଡ଼ା ନିକଟ ରେଲୱେ ଲାଇନ ବାଉଣ୍ଡେରୀକୁ ସ୍ପର୍ଶ କରୁଥିବା ଲାଲ ବିଲ୍ଡିଂ ରୋଡ୍ ପଏଣ୍ଟ, ଗୋଟିଏ ପଟେ ପାୱାର ହାଉସ ରୋଡ୍ ଏବଂ ଅନ୍ୟ ପଟେ ଲାଲ୍ ବିଲ୍ଡିଂ ରୋଡ୍ ଠାରୁ ରେଲୱେ ଲାଇନ୍ କୁ ସ୍ପର୍ଶ  କରୁଥିବା ମେନ୍ ରୋଡର ପଏଣ୍ଟ, ମଧୁସୁଦନ ମାର୍ଗ ରୁ ରିଙ୍ଗ ରୋଡ୍ କୁ ସ୍ପର୍ଶ କରୁଥିବା ପଏଣ୍ଟ, ମଧୁସୁଦନ ଛକ ପଏଣ୍ଟ ଏବଂ ରାଉରକେଲା ରେଲୱେ ଷ୍ଟେସନ ପ୍ରସ୍ଥାନ ଗେଟ୍।

କଣ୍ଚେନମେଣ୍ଟ ଜୋନରେ ଏହି ସମୟରେ ବ୍ୟକ୍ତିଗତ ଯାତାୟତ, ଯାନବାହାନ ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଅନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ। ଏହି ସମୟରେ ପ୍ରଶାସନ ତରଫରୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଯୋଜନା କରାଯାଇଛି। ବଫର ଜୋନରେ କେବଳ ରାସନ ସାମଗ୍ରୀର ହୋଲ୍ ସେଲ୍ ଦୋକାନ ହିଁ ଖୋଲିପାରିବ ବୋଲି ଜଣାପଡ଼ିଛି। ସଂପୃକ୍ତ ଅଞ୍ଚଳରେ ନିୟମିତ ଭାବେ ଡାକ୍ତରୀ ଦଳ ପକ୍ଷରୁ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ଲାଗି ପଦକ୍ଷେପ ନିଆଯାଉଛି।