କନକ ବ୍ୟୁରୋ: ବଲାଙ୍ଗୀରରୁ ଆଜି ୧୧ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩୦କୁ ବୃଦ୍ଧି ପାଇଛି । ୩୩୮ଜଣ ସୁସ୍ଥ ହୋଇଥିବା ବେଳେ ୧୯୨ଟି ସକ୍ରିୟ ମାମଲା ରହିଛି । ଏହାରି ଭିତରେ କଂଟାବାଂଜି ସହରରେ ଦିନକୁ ଦିନ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । ମଙ୍ଗଳବାର ସହରରେ ୩ଜଣ ଆଇନଜୀବୀଙ୍କର କରୋନା ପଜେଟିଭ ବାହାରିବା ପରେ କଂଟାବାଂଜି ପ୍ରଶାସନ ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଂଟାବାଂଜି ସହରର ୨,୫,୧୦ ଓ ୧୧ ନମ୍ବର ୱାର୍ଡ଼କୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଏହାର ଆଖପାଖ ଅଂଚଳକୁ ବଫର ଜୋନ୍ ଘୋଷଣା କରାଯାଇଛି ।

Advertisment

ତେବେ ରାତିରେ ତହସିଲଦାରଙ୍କ ଉପସ୍ଥିତିରେ ଏସଡ଼ିପିଓ, ଥାନା ଅଧିକାରୀ, ଏନଏସି ନୋଡ଼ାଲ ଅଫିସର ବିଭିନ୍ନ ୱାର୍ଡ଼ ବୁଲି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରୁଛନ୍ତି । ପରବର୍ତି ଆଦେଶ ପର୍ଯ୍ୟନ୍ତ ଏହି ସବୁ ୱାର୍ଡ଼ର ଲୋକ ବାହାରକୁ ଯାଇ ପାରିବେ ନାହିଁ ଏବଂ ସେହି ୱାର୍ଡ଼କୁ ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ । ଅତି ଜରୁରୀ କାମ ପଡ଼ିଲେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିବେ ବୋଲି ସୁଚନା ଦେଇଛନ୍ତି ତହସିଲଦାର ।

ରାୟଗଡା ଜିଲ୍ଲାରେ ବଢିବାକୁ ଲାଗିଛି କରୋନା ସଂକ୍ରମଣ । ତେବେ ସଂକ୍ରମଣ ଚେନ ଭାଙ୍ଗିବାକୁ ଲକଡାଉନ ଓ ସଟଡାଉନ ଜାରି ରହିଛି । ଏହାରି ଭିତରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୧ଶହ ୫୪ରେ ପହଂଚିଛି । ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ବ୍ୟତୀତ ଅନ୍ୟ ୧୦ଟି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଶହ ୩୨ ହୋଇଥିବା ବେଳେ ମୁନିଗୁଡା ବ୍ଲକରେ ଏପର୍ଯ୍ୟନ୍ତ ୫୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବ୍ଲକର କେବଳ ଅମ୍ଲାଭଟ୍ଟା ପଂଚାୟତରେ ୧୧ଜଣ ଚିହ୍ନଟ ହେବା ସହ ଜଣେ ୭୪ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ତେଣୁ ଅମ୍ଲାଭଟ୍ଟା ପଂଚାୟତକୁ ସରପଂଚ ୩ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଏହି ସମୟ ଭିତରେ ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ ରହିବ ।