ବାଣପୁରରେ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା; ଆଜି ସଂନ୍ଧ୍ୟା ୭ ରୁ ୩୧ ତାରିଖ ସଂନ୍ଧ୍ୟା ୭ ଟା ଯାଏଁ ଲାଗିଲା କଟକଣା; ବନ୍ଦ ରହିବ ସରକାର ଓ ବେସରକାରୀ ପ୍ରତିଷ୍ଠାନ

କଣ୍ଟେନମେଣ୍ଟ୍ ଜୋନ୍ କୁ ଯାତାୟାତ ଉପରେ ପ୍ରତିବନ୍ଧକ ।

572

କନକ ବ୍ୟୁରୋ: ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଂଟେନମେଂଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କଲ୍ଜେ ଛକ ଦୁଇପଟୁ ମୁଖ୍ୟ ରାସ୍ତାରୁ ରଂଜନ ଦାସଙ୍କ ଘର ଯାଏଁ, ସତ୍ୟନାରାୟଣ ମୁଦୁଲିଙ୍କ ଘର ଠାରୁ କୋଟ ବିଦ୍ୟାଧରପୁର ୟୁପି ସ୍କୁଲ ଯାଏ କଟକଣା ଜାରି କରାଯାଇଛି । ସେହିପରି ସୁଶାନ୍ତ ରଥଙ୍କ ଘର ଠାରୁ ତ୍ରୀନାଥ ସାହୁଙ୍କ ଘର ଯାଏ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଚାରିପଟରୁ ଏନଏସି ଅଫିସ ରାସ୍ତା ଯାଏ, ପ୍ରକାଶ ମେଡିକାଲ ଷ୍ଟୋର ଓ ମେଡିକାଲ କ୍ୟାମ୍ପସକୁ ଲାଗିରହିିଥିବା ଅନ୍ୟାନ୍ୟ ପ୍ରତିଷ୍ଠାନରେ କଟକଣା ଜାରି କରାଯାଇଛି ।

ଏସବୁ ଅଂଚଳରେ ଆଜି ସନ୍ଧ୍ୟା ୭ଟାରୁ ୩୧ ତ।।ରିଖ ସନ୍ଧ୍ୟା ୭ଟା ଯାଏ ଚଳପ୍ରଚଳକୁ ସଂପୂର୍ଣ୍ର ନିଷିଦ୍ଧ କରାଯାଇଛି । ଘୋଷଣା ହୋଇଥିବା ଅବରୋଧ ଅଂଚଳକୁ କେହି ପ୍ରବେଶ କରିପାରିବେ ନାହି ଁ କିମ୍ବା ଏଠାରୁ କେହି ବାହାରକୁ ବାହାରି ପାରିବେ ନାହିଁ । କୌଣସି ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଖୋଲାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ତେବେ ବାଣପୁରରେ କୌଣସି ପ୍ରକାର ସଟଢାଉନ ଘୋଷଣା ହୋଇନାହିଁ । ଜିଲ୍ଲାପାଳଙ୍କ ଚିଠି ହସ୍ତଗତ ହେବା ପରେ କେବେଳ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ଜଣାପଡିଛି ।