ବ୍ରହ୍ମବରଦା କଣ୍ଟେନମେଣ୍ଟ ଅଞ୍ଚଳର ଅବଧି ବଢାଇଲା ପ୍ରଶାସନ: ୧୨ ତାରିଖ ରାତି ୮ଟା ଯାଏଁ ବଢିଲା ଅବଧି; ଯାଜପୁରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ ସିଲ୍ ହୋଇଥିଲା ଅଂଚଳ

ଆଜି ରାତିରେ ସରିଥାନ୍ତା ଅବଧି; ଯାଜପୁର ଜିଲ୍ଲାପାଳ ରଂଜନ ଦାସଙ୍କ ପକ୍ଷରୁ ସୂଚନା

343

କନକ ବ୍ୟୁରୋ: ଯାଜପୁର ଜିଲ୍ଲାର ପ୍ରଥମ କରୋନା ସଂକ୍ରମିତ ବ୍ରହ୍ମବରଦା କଂଟେନମେଂଟ ଜୋନର ସମୟ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି ଜିଲ୍ଲା ପ୍ରଶାସନ । ବ୍ରହ୍ମବରଦା ଅଂଚଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଆଜି ରାତିରେ ଏହି ଅବଧି ସରିବାର ଥିଲା । କିନ୍ତୁ ସେହି ଅଂଚଳକୁ ଆସନ୍ତା ୧୨ ତାରିଖ ରାତି ୮ ପର୍ଯ୍ୟନ୍ତ କଂଟେନମେଂଟ ଅଂଚଳ କରାଯିବାକୁ ଯାଜପୁର ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ସେପଟେ ଯାଜପୁର ଜିଲାରେ ଲକଡାଉନ ଚାଲିଥିବା ବେଳେ ଆଇନ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ଗୋଟିଏ ଦିନରେ ୩୦୨ଟି ବାଇକ ଜବତ ହେବା ସହିତ ନିୟମ ଖିଲାପକାରୀଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଥିବା ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଟାଟା ମେଡିକାଲକୁ ପ୍ରସ୍ତୁତ କରାଯାଇଛି । ତେବେ ଖୁବ୍ ଶିଘ୍ର ଏହାର ଲୋକାର୍ପଣ କରାଯିବ ଏବଂ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

Comments are closed.