କନକ ବ୍ୟୁରୋ: ଯାଜପୁର ଜିଲ୍ଲାର ପ୍ରଥମ କରୋନା ସଂକ୍ରମିତ ବ୍ରହ୍ମବରଦା କଂଟେନମେଂଟ ଜୋନର ସମୟ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି ଜିଲ୍ଲା ପ୍ରଶାସନ । ବ୍ରହ୍ମବରଦା ଅଂଚଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଆଜି ରାତିରେ ଏହି ଅବଧି ସରିବାର ଥିଲା । କିନ୍ତୁ ସେହି ଅଂଚଳକୁ ଆସନ୍ତା ୧୨ ତାରିଖ ରାତି ୮ ପର୍ଯ୍ୟନ୍ତ କଂଟେନମେଂଟ ଅଂଚଳ କରାଯିବାକୁ ଯାଜପୁର ଜିଲ୍ଲାପାଳ ଘୋଷଣା କରିଛନ୍ତି ।
ସେପଟେ ଯାଜପୁର ଜିଲାରେ ଲକଡାଉନ ଚାଲିଥିବା ବେଳେ ଆଇନ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ଗୋଟିଏ ଦିନରେ ୩୦୨ଟି ବାଇକ ଜବତ ହେବା ସହିତ ନିୟମ ଖିଲାପକାରୀଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଥିବା ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଟାଟା ମେଡିକାଲକୁ ପ୍ରସ୍ତୁତ କରାଯାଇଛି । ତେବେ ଖୁବ୍ ଶିଘ୍ର ଏହାର ଲୋକାର୍ପଣ କରାଯିବ ଏବଂ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/21-4.jpg)
/kanak/media/post_attachments/wp-content/uploads/2020/04/vlcsnap-2020-04-08-13h56m55s123.png)