ମନୁଷ୍ୟ ଜୀବନରେ ବ୍ୟବହାର ହେଉଥିବା କିଛି ଦ୍ରବ୍ୟ ଏବଂ ଜୀବନଶୈଳୀର ପ୍ରଭାବ ଆମ ଜିନ୍ ଏବଂ ଡିଏନଏ ଉପରେ ପଡିଥାଏ । ବର୍ଷ ବର୍ଷ ଧରି ବ୍ୟବହାର ହେଉଥିବା ଏହି ସାମଗ୍ରୀ ଆମ ଆଗାମୀ ପିଢି ଉପରେ ମଧ୍ୟ ପଡିଥାଏ । ଏହା ବର୍ତ୍ତମାନ ସମୟରେ ଜନ୍ମ ହେଉଥିବା ପିଲାଙ୍କ ଉପରେ ଆପଣ ଦେଖିବାକୁ ପାଉଥିବେ । ସେମାନଙ୍କ ରଙ୍ଗ-ରୂପ ,ଶାରୀରିକ ଗଠନ ସହ ମସ୍ତିଷ୍କରେ ମଧ୍ୟ ଗଭୀର ପ୍ରଭାବ ପଡିଥାଏ । ଠିକ୍ ସେହିଭଳି ଆମେ ଯେଉଁ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁ ଏହାର ପ୍ରଭାବ ମଧ୍ୟ ଆମ ଶରୀର ଉପରେ ପଡିଥାଏ । ଗବେଷଣାରୁ ଜଣାପଡିଛି ଯେ ଆମେ ନିତିଦିନ ଯେଉଁ କ୍ୟାମିକାଲ୍ ଯୁକ୍ତ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁ ଏହା ଆମ ଆଗାମୀ ପିଢି ଅର୍ଥାତ୍ ଆମ ଛୁଆଙ୍କ ହରମୋନ୍ ଉପରେ ସିଧାସଳଖ ଭାବେ ପଡିଥାଏ । ଯେଉଁଥିରେ କମ୍ ବୟସର ଛୁଆଙ୍କ ମଧ୍ୟରେ ଶୀଘ୍ର ବୟସ୍କ ହେଲା ଭଳି ଗୁଣ ଦେଖାଯାଏ ।
ଜନ୍ମ ପୂର୍ବରୁ ଟୁଥପେଷ୍ଟ, ମେକଅପ୍ ,ସାବୁନ୍ ଭଳି ପ୍ରସାଧନ ସାମଗ୍ରୀର ସଂସ୍ପର୍ଶରେ ଆସିଲେ କମ୍ ବୟସର ଝିଅମାନେ ବୟସ୍କ ହେଲା ଭଳି ଦେଖାଯିବାର ଅଧିକ ସମ୍ଭାବନା ରହିଛି । କ୍ୟାଲିଫର୍ଣ୍ଣ୍ରିଆ ବିଶ୍ୱବିଦ୍ୟାଳୟର ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଲା ଯେ ଯେଉଁ ଛୁଆଙ୍କ ମା’ଙ୍କ ମଧ୍ୟରେ ଗର୍ଭାବସ୍ଥା ସମୟରେ ଡାଇଇଥାଇଲ୍ ଥେଲେଟ୍ ଏବଂ ଟ୍ରାଇକ୍ଲୋସନ୍ ର ସ୍ତର ଅଧିକ ଦେଖାଯାଏ,ସେହି ଝିଅମାନଙ୍କୁ କମ୍ ବୟସରୁ ହିଁ ଯୁବାବସ୍ଥାରେ ଉପନୀତ ହେଲା ଭଳି ଦେଖାଗଲା । ଗବେଷଣା ଅନୁସାରେ ଜନ୍ମ ପୂର୍ବରୁ ହିଁ ପିଲାମାନେ ଏହି ଦିଗ ଆଡକୁ ଅଗ୍ରସର ହୋଇଥାନ୍ତି । ଡାଇଇଥାଇଲ୍ ପିଏଚଥେଲେଟ୍ ର ବ୍ୟବହାର ଅତର ତଥା ପ୍ରସାଧନ ସାମଗ୍ରୀରେ ହିଁ ବ୍ୟବହୃତ ହୋଇଥାଏ । ଗବେଷକଙ୍କ ମତରେ,ଆମେ ତ୍ୱଚାରେ ଯାହା ବି ବ୍ୟବହାର କରୁ ତାହା ଆମ ଶରୀର ଭିତରକୁ ମଧ୍ୟ ଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/COSMATIC.jpg)
/kanak/media/post_attachments/wp-content/uploads/2018/12/body-imagenarrow-300x225.jpg)
/kanak/media/post_attachments/wp-content/uploads/2018/12/make-up-300x169.jpg)