କନକବ୍ୟୁରୋ: ବଢୁଛି ପରିବା ଦର । ବିଭିନ୍ନ ପରିବାର ଦର ଆକାଶଛୁଆଁ ହେଲାଣି । ସପ୍ତାହକରୁ ଅଧିକ ଦିନ ହେବ ପରିବା ଦରରେ ଲଗାମ ଲାଗୁନାହିଁ । ବଜାରରେ ସବୁ ପରିବାର ଦର ୫୦ ଟଙ୍କା ଉପରେ ରହୁଛି । କଟକ ଛତ୍ରବଜାର ପରିବା ମାର୍କେଟ୍ରେ ଆଳୁ କିଲୋ ୩୫ ଟଙ୍କ ଓ ପିଆଜ ୪୦ ଟଙ୍କା ରହିଛି । ସେହିପରି ଭେଣ୍ଡି ୫୦ ଟଙ୍କା, ପୋଟଳ ୪୦ରୁ ୭୦ ଟଙ୍କା, ଝୁଡଙ୍ଗ ୫୦, ଟମାଟୋ ୭୫ ଟଙ୍କା ରହିଛି । ସେହିପରି ସମ୍ବଲପୁରେ ଝୁଡଙ୍ଗ ୧୨୦ ଟଙ୍କା, ଟମାଟୋ ୧୦୦ ଟଙ୍କା, ଜହ୍ନ ୮୦ ଟଙ୍କା ରହିଛି ।

Advertisment

ଅନ୍ୟ ସବୁ ପରିବାର ଦର ମଧ୍ୟ ୫୦ ଟଙ୍କା ରହିଛି । ରାଜ୍ୟର ପ୍ରାୟତଃ ସବୁ ବଜାରରେ ଏହି ରେଟ ବା ତା’ଠାରୁ ଅଧିକ ଦରରେ ବିକ୍ରି ହେଉଛି ପନିପରିବା। ବର୍ତ୍ତମାନ ରାଜ୍ୟରେ ସ୍ଥାନୀୟ ଉତ୍ପାଦନ ନଥିବାରୁ ରାଜ୍ୟ ବାହାରୁ ଆସୁଥିବା ରେଟ୍‌ ଅଧିକ ଥିବା ବ୍ୟବସାୟୀମାନେ କହିଛନ୍ତି। ଆଳୁ ପାଇଁ ଆମକୁ ପଶ୍ଚିମବଙ୍ଗ ନହେଲେ ଉତ୍ତର ପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ପିଆଜ ପାଇଁ ମହାରାଷ୍ଟ୍ର ଓ ଆନ୍ଧ୍ର, ପନିପରିବା ପାଇଁ ବାଙ୍ଗାଲୋର, ଆନ୍ଧ୍ର, ଛତିଶଗଡ଼ର ରାୟପୁର ଉପରେ ନିର୍ଭର କରୁଛି ଓଡ଼ିଶା। ବ୍ୟବସାୟୀ ସଂଘ କହିଛି, ଏବେ ହଠାତ୍ ଦର କମିବା ସମ୍ଭାବନା କମ୍। ଆହୁରି ମାସେ ସମୟ ଲାଗିପାରେ। ସ୍ଥାନୀୟ ଉତ୍ପାଦନ ବଢିଲେ ନିୟନ୍ତ୍ରଣକୁ ଆସିବ ପନିପରିବା ଓ ପିଆଜ ଦର।