ପୁଣି ବଢିବ ପନିପରିବା, ଗ୍ରୋସରୀ ଓ ମାଛମାଂସର ଦର । ମହଙ୍ଗା ମାଡରୁ ମିଳିବ ନାହିଁ ନିସ୍ତାର, ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ କମିବ ନାହିଁ ଦର ?

3,060

କନକ ବ୍ୟୁରୋ : କରୋନା ବେଳେ ଲୋକଙ୍କୁ ଉପରେ ବୋଝ ହେଉଛି ବିଭିନ୍ନ ସାମଗ୍ରୀର ମହଙ୍ଗା । କାରଣ ବିଭିନ୍ନ ସାମଗ୍ରୀର ଦର ଏପରି ଭାବରେ ବଢୁଛି ଯେ, ଚଳିବା ଲୋକଙ୍କ ଉପରେ କଷ୍ଟକର ହୋଇପଡୁଛି । କହିବାକୁ ଗଲେ ସାଧାରଣ ଲୋକଙ୍କ ପାଇଁ ଏବେ ମହଙ୍ଗା ଚିନ୍ତାର କାରଣ ପାଲଟିଛି । ତେବେ ଏହାରି ମଧ୍ୟରେ ଡିସେମ୍ବର ପରେ ଖୁଚୁରା ମହଙ୍ଗା ଦର ୪ ପ୍ରତିଶତ କମିବ ବୋଲି ଏସବିଆଇ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି । ଅର୍ଥାତ ଡିସେମ୍ବର ମାସ ଯାଏଁ ଦର ଚଢା ରହିବ ।

ମହଙ୍ଗା ମାଡରୁ ମିଳିବ ନାହିଁ ନିସ୍ତାର
ବଢିବ ପନିପରିବା , ଗ୍ରୋସରୀ ଓ ମାଛମାଂସ ଦର

ଦୋକାନ ବନ୍ଦ ରହିବା, ଦର ବଢିଲା

ତେବେ କୁହାଯାଉଛି ଯେ, କରୋନା ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ସହ କରୋନା ପାଇଁ ଅନେକ ନୂଆ ନୂଆ ସାମଗ୍ରୀ ସରକାର କିଣିଛନ୍ତି । ତେଣୁ ଅନେକ ସାମଗ୍ରୀର ଦର ବଢିବାରେ ଲାଗିଛି । ଅନ୍ୟପକ୍ଷରେ ଅଗଷ୍ଟ ମାସର ଉପଭୋକ୍ତା ମୂଲ୍ୟ ସୂଚାଙ୍କ ଉପରେ ଆଧାରିତ ମୁଦ୍ରାସ୍ପିତର ହାର ୭ ପ୍ରତିଶତ ଉପରେ ରହିବାର ସମ୍ଭାବନା ରହିଛି ।

ମହଙ୍ଗା ଦରର ଅର୍ଥ କଣ?

କିଛି ସମୟ ପାଇଁ ଦ୍ରବ୍ୟର ମୂଲ୍ୟ କମ୍, ବେଶୀ ହେଲେ ମହଙ୍ଗା ଦର ବଜାରରେ ଜଣାପଡିଥାଏ । ଯେତେବେଳେ କୌଣସି ଦେଶରେ ବସ୍ତୁ ଓ ସେବାର ମୂଲ୍ୟ ସାମାନ୍ୟରୁ ଅଧିକ ହୋଇଥାଏ ସେତେବେଳେ ମହଙ୍ଗା ବା ମୁଦ୍ରାସ୍ପୀତି ଦେଖାଯାଇଥାଏ । ଦ୍ରବ୍ୟର ମୂଲ୍ୟ ବଢିଯିବା କାରଣରୁ ବିକ୍ରି ହାର ପ୍ରତି ୟୁନିଟ କମ୍ ହୋଇଯାଇଥାଏ । ଅନ୍ୟଅର୍ଥରେ କହିଲେ, ବଜାରରେ ଉପଲବ୍ଧତା ଏବଂ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଁ ଏକ ଧାରଣା ରହିଛି । ଦେଶରେ ଆର୍ଥିକ ଏବଂ ମୁଦ୍ରା ନୀତିର ଅନେକ ନିଷ୍ପତ୍ତି ସରକାରଙ୍କ ଦ୍ୱାରା ହୋଲସେଲ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ପୀତି ହାର ଉପରେ ଆଧାରିତ ।

କାହିଁକି ବଢୁଛି ମହଙ୍ଗା ଦର?

ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତ ୬.୯୩ ପ୍ରତିଶତ ଥିଲା, ଯାହାକି ଗତ ବର୍ଷ ଜୁଲାଇରେ ୩.୧୫ ପ୍ରତିୁଶତ ରହିଥିଲା । ତେବେ ଚାଉଳ, ଡାଲି, ପନିପରିବା ଓ ମାଛ, ମାଂସର ଦର ଅଧିକ ହେବା ମହଙ୍ଗା ଦର ବଢିବାର ମୁଖ୍ୟ କାରଣ । ଅନ୍ୟପକ୍ଷରେ ଲକଡାଉନ୍୍ ବେଳେ ସରକାର ଅନେକ ଦ୍ରବ୍ୟ କିଣିବା ଯୋଗୁଁ ଏପିର ହୋଇଥାଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ସ୍ୱାଭାବିକ ସ୍ଥିତି ପର୍ଯ୍ୟନ୍ତ ବଢିବ ଦର ?

ତେବେ ଗତ ମାସ ରାଜ୍ୟରେ ମଧ୍ୟ ଚଢା ଦର ଦେଖିବାକୁ ମିଳିଥିଲା । ସାଧାରଣତଃ ପନିପରିବା, ମାଛ, ମାଂସ ଓ ଅଣ୍ଡା ଦରରେ ବୃଦ୍ଧି ଘଟିଥିଲା । ଏଭଳି ମହଙ୍ଗା ଯୋଗୁଁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଏହି ରିପୋର୍ଟରେ କୁହାଯାଇଛି ଯେ, କରୋନା ଯେପରି ଭାବରେ ବଢିବାରେ ଲାଗିଛି ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିବ ବୋଲି ବିଶ୍ୱାସ ରଖିବା କଷ୍ଟ ।

ଦରଦାମ ବଢୁଛି, ଚିନ୍ତାରେ ଖାଉଟି

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲ ଯେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଭାରତର ରିଜର୍ଭ ବ୍ୟାଙ୍କକୁ ମୁଦ୍ରାସ୍ପୀତି ପ୍ରାୟ ୪ ପ୍ରତିଶତ ରଖିବା ସବ ୨ ପ୍ରତିଶତ ହ୍ରାସ କରିବାର ଦାୟିତ୍ୱ ଦିଆଯାଇଛି । ଏହାସହ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ମୁଦ୍ରାସ୍ଫୀତିର ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ପଲିସି ସୁଧ ହାରରେ ହ୍ରାସ ହେବାର ଆଶା କମ ରହିଛି । ଯଦିଓ ଏହା କରାଯାଏ ତେବେ, ଫେବୃଆରୀ ବୈଠକରେ ଏହାଏକ ସମୟରେ ୦.୨୫ ପ୍ରତିଶତ ହୋଇପାରେ । ତେବେ ଏପରି ଭାବରେ ଦରଦାମ ବଢୁଥିବାରୁ ଚିନ୍ତାରେ ଖାଉଟି ।