କନକ ବ୍ୟୁରୋ: ଟାଣ ଖରା ସାଙ୍ଗକୁ ଘନ ଘନ ବିଦ୍ୟୁତ୍ କାଟ । ଏହି ସମସ୍ୟା କେବଳ ଆମ ରାଜ୍ୟରେ ନୁହେଁ ବରଂ ଏକାଧିକ ରାଜ୍ୟରେ ଏପରି ସମସ୍ୟା ଦେଖାଦେଉଛି । ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ସାଙ୍ଗକୁ ଲୋ ଭୋଲଟେଜ୍ ସମସ୍ର୍ୟା ଆଦି ଲାଗି ରହୁଛି । ସମଗ୍ର ଦେଶରେ ଏବେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ତେବେ ଲୋକମାନେ ଏସବୁ ପାଇଁ ବିଦ୍ୟୁତ୍ ବିଭାଗକୁ ଦାୟୀ କରନ୍ତି । କେହି କେହି ନିଜର କ୍ରୋଧକୁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ।

Advertisment

 କିନ୍ତୁ କର୍ଣ୍ଣାଟକରେ ଜଣେ ଉପଭୋକ୍ତା ଭିନ୍ନ ଢଙ୍ଗରେ ବିଦ୍ୟୁତ୍ ବିଭାଗକୁ ବିରୋଧ କରିଛନ୍ତି । ବ୍ୟକ୍ତି ଜଣକୁ ବିଦ୍ୟୁତ୍ କାର୍ଯ୍ୟାଳୟରେ ମସଲା ବାଟିବା ସହ ମୋବାଇଲ ଚାର୍ଜ କରିଛନ୍ତି । ଶିବମୋଗା ଜିଲ୍ଲା ମାଙ୍ଗୋଟା ଗାଁରେ ଥିବା ଏମ୍. ହନୁମାନାଥାପ୍ପା ନାମକ ଏହି ବ୍ୟକ୍ତି ପ୍ରତିଦିନ ଗ୍ରାଇଣ୍ଡର ଓ ମୋବାଇଲ୍ ଫୋନ୍ ଧରି ନିକଟସ୍ଥ ମାଙ୍ଗାଲୋର ବିଦ୍ୟୁତ୍ ଯୋଗାଣ କମ୍ପାନୀ ଲିମିଟେଡ୍ କାର୍ଯ୍ୟାଳୟରେ ପହଞ୍ଚନ୍ତି । ଆଉ ବିଦ୍ୟୁତରେ ଯାହା ଯାହା କାମ କରିହେବ ଶେଷ କରିବା ପରେ ଘରକୁ ଫେରନ୍ତି । ଏପରିକି ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ତାଙ୍କୁ ନେଇ ତାଙ୍କ ଘରେ ଛାଡିଦେଇ ଆସନ୍ତି । ସେ କାହିଁକି ବିଦ୍ୟୁତ୍ ଅଫିସରେ ଏପରି କାମ କରୁଛନ୍ତି ସେ ନେଇ କେବେ କୌଣସି ବିଦ୍ୟୁତ୍ କର୍ମଚାରୀ ତାଙ୍କୁ କୌଣସି ପ୍ରଶ୍ନ କରିନାହାଁନ୍ତି ।

ଏହି ଅଜବ ଘଟଣା ପ୍ରାୟ ୧୦ ମାସ ପୂର୍ବରୁ ଆରମ୍ଭ ହୋଇôଥଲା । ସୂଚନା ମୁତାବକ, ହପନୁମାନଥାପ୍ପାଙ୍କ ଘରେ ମାତ୍ର ୩ ଘଣ୍ଟାରୁ ୪ ଘଣ୍ଟା ପାଇଁ ବିଦ୍ୟୁତ୍ ରହୁଛି । ଏଥିପାଇଁ ସେ ବାରମ୍ବାର ଅଭିଯୋଗ କରିବା ପରେ ବି କିଛି ଲାଭ ହେଉନି । ଫଳରେ ସେ ବିଦ୍ୟୁତ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଜ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ବରଂ ଏଥିରେ ସମ୍ପୃକ୍ତ ଅଧିକାରୀ ଜଣକ ବିରକ୍ତ ହୋଇ ବିଦ୍ୟୁତ୍ ଅଫିସକୁ ଆସି ତା୍ଙକର ସବୁ ଆବଶ୍ୟକ କାମ କରିବାକୁ କହିଥିଲେ । ବାସ୍ ସେବେଠୁ ଏସବ କାମ କରିଆସୁଛନ୍ତି ହନୁମାନାଥପ୍ପା । ସେବେଠାରୁ ବିଦ୍ୟୁତ ଅଫିସରେ ସେ ମସଲା ବଟାଠାରୁ ଆରମ୍ଭ କରି ମୋବାଇଲ ଚାର୍ଜ କରିବା ଯାଏଁ ସବୁ କାମ ଶେଷ କରି ଘରକୁ ଫେରନ୍ତି ।