କନକବ୍ୟୁରୋ: ଶେଷ ପର୍ଯ୍ୟାୟରେ ହଂସପାଳ ଓଭରବ୍ରିଜ ନିର୍ମାଣ କାମ । ଦୂର ହେବ ହଂସପାଳ ଟ୍ରାଫିକ ସମସ୍ୟା ଏନେଇ ଏନଏଚଏଆଇ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହରୁ ଓଭରବ୍ରିଜରେ ଗାଡ଼ି ଚଳାଚଳ କରିବ । ପ୍ରଥମେ କଟକରୁ ଭୁବନେଶ୍ୱର ଆସୁଥିବା ଗାଡ଼ି ଏହି ବ୍ରିଜରେ ଯାତାୟତ କରିବ ।
ଏହାପରେ ଜୁନ ଦ୍ୱିତୀୟ ସପ୍ତାହରୁ ଭୁବନେଶ୍ୱରରୁ କଟକ ଯାଉଥିବା ଗାଡ଼ି ଏହି ବ୍ରିଜରେ ଗଡ଼ିବ । ବଡ଼ କଥା ହେଉଛି ଡିସେମ୍ବର ୨୦୨୧ରେ ଓଭରବ୍ରିଜ ନିର୍ମାଣ କାମ ଶେଷ ନେଇ ଚୁକ୍ତି ହୋଇଥିଲା । କିନ୍ତୁ କାମ ଏଯାଏଁ ସରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/12-8.jpg)