କନକ ବ୍ୟୁରୋ : ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ । କଂଟେନର ସିଜ୍ ସହ ନାଲି ପତାକା ଓ ନୋଟିସ୍ ଲଗାଇଛନ୍ତି ତହସିଲଦାର । ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିର୍ମାଣ କାମ ବନ୍ଦ କରିଛନ୍ତି । ଚଂଚକତା କରି କିରୁଥିକା ପି. ନାମକ ଜଣେ ମହିଳା ଲିଙ୍ଗରାଜଙ୍କ ଜମି କିଣିଥିବା ଜଣାପଡ଼ିଛି । ହୃଷୀକେଶ ଦାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ଜମି କିଣାଯାଇଛି । କିରୁଥିକା ୬କୋଟି ୪୫ଲକ୍ଷ ଟଙ୍କାରେ ଲିଙ୍ଗରାଜଙ୍କ ଜମି କିଣିଥିବା ଜଣାପଡ଼ିଛି । ସେଲଡିଲରେ କିରୁଥିକା ପି. ଜମି କିଣିଥିବା ଉଲ୍ଲେଖ ଥିବା ବେଳେ ଏହି ମହିଳାଙ୍କ ସ୍ୱାମୀଙ୍କ ନାଁ ବି. ପ୍ରଭାକରନ୍ ରହିଛି । ଘଟଣାକୁ ନେଇ ହଟଚମଟ ପରେ ପଟ୍ଟା ବାତିଲ କରିଛନ୍ତି ତହସିଲଦାର ।