ଦଶରଥପୁରରେ ଏଯାଏଁ ସରୁନି ବିଜୁ ସେତୁ ନିର୍ମାଣ। ବାଉଁଶ ପୋଲକୁ ଭରସା କରି ବୈତରଣୀ ନଦୀ ପାରି ହେଉଛନ୍ତି ଲୋକ।

85

କନକ ବ୍ୟୁରୋ: ବୈତରଣୀ ନଦୀ ଉପରେ ଆଗେଇପାରୁନି ବିଜୁ ସେତୁ ନିର୍ମାଣ କାମ । ୫ ବର୍ଷ ତଳୁ ମୁଖ୍ୟମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ହେଲେ ସେତୁ ନିର୍ମାଣ ସରୁନାହିଁ । କେବେ ସରିବ ତା’ ବି କାହାକୁ ଜଣାନାହିଁ । ବିଜୁ ସେତୁ ନିର୍ମାଣ ଅଧାରେ ପକାଇ ଠିକାଦାର ଫେରାର ମାରିଥିବା ବେଳେ ଗ୍ରାମବାସୀଙ୍କୁ ଭରସା ବାଉଁଶ ପୋଲ । ଗମନାଗମନ ସୁବିଧା ପାଇଁ ୨୦୧୯ ମସିହାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦତପୁରରେ ବିଜୁ ସେତୁ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା । ଏହାରି ଭିତର ୫ ବର୍ଷ ବିତି ଗଲାଣି । ବୈତରଣୀରେ କେତେ ବନ୍ୟା ଗଲାଣି । କିନ୍ତୁ ବିଜୁ ସେତୁ ନିର୍ମାଣ କାମ ସରୁନାହିଁ । ତେଣୁ ଏହି ବାଉଁଶ ପୋଲକୁ ଭରସା କରି ଯାତାୟାତ କରୁଛନ୍ତି ଦୁଇଟି ଜିଲ୍ଲାର ଲୋକ ।

ଭଦ୍ରକ ଜିଲ୍ଲାର କେତେକ ଗ୍ରାମବାସୀ ଓ ଯାଜପୁର ଜିଲ୍ଲାର ବହୁ ଗ୍ରାମବାସୀ ବାଉଁଶ ପୋଲ ପାରିହୋଇ ଯା’ଆସ କରୁଛନ୍ତି । ଠିକାଦାର ଅଧାରେ କାମ ଛାଡି ପଳାଇଥିବା ବେଳେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର କହିଛନ୍ତି ପୋଲର ଡିଜାଇନ୍ ପରିବର୍ତନ ହୋଇଛି । ନୂଆ ଡିଜାଇନ୍ ଅନୁସାରେ ଖୁବ୍ ଶୀଘ୍ର କାମ ଆରମ୍ଭ ।