କାଲି ଠାରୁ ଆରମ୍ଭ ହୋଇପାରେ ରଥ ନିର୍ମାଣ । ରଥ କାମ ଆରମ୍ଭ ନେଇ ପରିଚାଳନା କମିଟିର ନିଷ୍ପତ୍ତି । ଗଜପତି କହିଲେ ରଥ ନିର୍ମାଣ ଧାର୍ମିକ ପର୍ବ ନୁହେଁ । ସରକାରଙ୍କୁ ସୁପାରିଶ କରିଛୁ, ନିଷ୍ପତ୍ତିକୁ ଅପେକ୍ଷା…

345

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ହୋଇପାରେ ରଥ ନିର୍ମାଣ କାମ । ରଥ ନିର୍ମାଣ କାର୍ଯ୍ୟ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରଥ କାମ ଆରମ୍ଭ ହେବା ନେଇ ପରିଚାଳନା କମିଟିର ନିଷ୍ପତ୍ତି । ବୈଠକ ପରେ ଗଜପତି ମହାରାଜାଙ୍କ ସୂଚନା । ରଥଯାତ୍ରାର ୨ ମାସ ପୂର୍ବରୁ ରଥ କାମ ଆରମ୍ଭ ହୋଇଥାଏ । ମାତ୍ର କରୋନା ପାଇଁ ରଥ କାମ ବିଳମ୍ବ ହୋଇଛି । ଆସନ୍ତାକାଲି ଠାରୁ କାମ ଆରମ୍ଭ କଲେ ଶୀଘ୍ର ଶେଷ ହୋଇଯିବ ।

ତେବେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ବିଧି ପାଳନ ହୋଇଥିଲା । ହେଲେ ଏଯାଏଁ ରଥ ଖଳାରେ କୌଣସି କାମ ଆରମ୍ଭ ହୋଇନି । ସରକାରଙ୍କ ନୂଆ ଗାଇଡଲାଇନକୁ ଅପେକ୍ଷା ଥିଲା । ତେବେ ନୂଆ ଗାଇଡଲାଇନ ଅନୁସାରେ ଗ୍ରୀନ ଜୋନରେ ନିର୍ମାଣ କାମ ହେବ । ତେଣୁ ସରକାରଙ୍କ ଗାଇଡଲାଇନ ଅନୁସାରେ ରଥ ନିର୍ମାଣ କାମ ଆରମ୍ଭ କରିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଛି ।

ସରକାରଙ୍କ ଗାଇଡ ଲାଇନ ଅନୁସାରେ କୌଣସି ଧାର୍ମିକ କାମ ହୋଇ ପାରିବନି ମାତ୍ର ରଥ ନିର୍ମାଣ କାମ ଏକ ଧାର୍ମିକ କାମ ନୁହେଁ । ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ଧାର୍ମିକ କାମ ତେଣୁ ପରିଚାଳନା କମିଟି ସରକାରଙ୍କୁ ରଥ ନିର୍ମାଣ ନେଇ ସୁପାରିଶ କରିଛି । ଆଶା ରାଜ୍ୟ ସରକାର କାଲି ସୁଦ୍ଧା ନିଜ ନିଷ୍ପତ୍ତି ଜଣାଇବେ ବୋଲି