ଆଗାମୀ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା : ୩ ରଥରେ ସରିଲାଣି ରଙ୍ଗ କାମ; ଆଜିଠାରୁ ରଥକନା ପଡ଼ିବା ନେଇ ଦର୍ଜୀ ସେବକଙ୍କ ସୂଚନା

ଆଗାମୀ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା : ୩ ରଥରେ ସରିଲାଣି ରଙ୍ଗ କାମ; ଆଜିଠାରୁ ରଥକନା ପଡ଼ିବା ନେଇ ଦର୍ଜୀ ସେବକଙ୍କ ସୂଚନା

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଗତକାଲି ୩ ରଥର ରଙ୍ଗ କାମ ଶେଷ ହୋଇଛି । ଆଜିଠାରୁ ୩ରଥରେ କନା ପଡ଼ିବା ନେଇ ଦର୍ଜୀ ସେବକଙ୍କ ସୂଚନା ଦେଇଛନ୍ତି । ସେପଟେ ଅଣସର ଘରେ ୧୫ ଦିନ ଧରି ଗୁପ୍ତ ଉପଚାର ପରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଅଣସର ଘର ତାଟି ଫିଟିଥିବା ବେଳେ ପଟି ଦିଅଁ ମଧ୍ୟ କତା ହୋଇଛନ୍ତି ।

ଲକଡାଉନ ସହ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବାରୁ ବଡ ଦାଣ୍ଡ ସମ୍ପୁର୍ଣ୍ଣ ଖାଁ ଖାଁ ରହିଛି । ସେପଟେ ଶ୍ରୀମନ୍ଦିର ଭିତରେ ଚାଲିଛି ମହାପ୍ରଭୁଙ୍କ ନିତିକାନ୍ତି । ମହାପ୍ରଭୁ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ଦତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଖଳିିଲାଗି ସହ ଶ୍ରୀମୁଖରେ ଖଡ଼ିଲାଗି କରିଥିଲେ । ଆଜି ରାଜ ନଅରକୁ ଖଡ଼ି ପ୍ରସାଦ ବିଜେ ନିତି ଅନୁଷ୍ଠିତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe