କନକ ବ୍ୟୁରୋ : ବର୍ଷ ପରେ ବର୍ଷ ବିତି ଚାଲିଛି । ହେଲେ କୋରେଇର ବିକାଶ ରହିଛି ଅଧାରେ । ଯାହା କୋରେଇ ଭବନ ନିର୍ମାଣ ଦେଖିଲେ ସ୍ପଷ୍ଟ ହୁଏ । ବଣ ଜଙ୍ଗଲ ଘେରା ପରିବେଶ ଭିତରେ ଭଗ୍ନ ଅବସ୍ଥାରେ ଯେମିତି ନିଜର ପରିଚୟ ଖୋଜୁଛି କୋରେଇ ଭବନ । ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ୟ କାମ ସରିନଥିଲା କି ପରବର୍ତୀ ସମୟରେ ଆଉ ଅର୍ଥ ଆସିନଥଲା । ଯେଉଁଥିପାଇଁ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି କୋରାଇ ଭବନ । ପାଖାପାଖି ୮ ବର୍ଷରୁ ଉର୍ଦ୍ଧ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି କୋରେଇ ଭବନ ଉପରେ ପଡିପାରୁନାହିଁ । ଯାହାକୁ ନେଇ କୋରେଇବାସୀଙ୍କ ମନରେ ବଡ଼ ପ୍ରଶ୍ନ । ରାଜନେତା ଓ ପ୍ରଶାସନର ଅବହେଳା ପାଇଁ କୋରେଇ ଭବନ ଆଜି ଏଭଳି ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ କରିଛନ୍ତି ଲୋକେ ।
ବହୁ ଦକ୍ଷନେତା ଏହି ଅଂଚଳରୁ ନିର୍ବାଚିତ ହୋଇଛନ୍ତି । ହେଲେ କୋରେଇର ବିକାଶ ସବୁଠି ଅଧାରେ । କୋରେଇ ଭବନ ଆଜି ଅବହେଳିତ ଅବସ୍ଥାରେ ପଡିରହିଛି । କୋରେଇ ଭବନର ପୁନଃରୁଦ୍ଧାର ପାଇଁ ରାଜନେତାଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ବହୁବାର ଅଭିଯୋଗ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଏହ ସମସ୍ୟା ଶୁଣିବାକୁ ଯେମତି କେହିନାହିଁ । ସେପଟେ ଅଧିକ ଅର୍ଥ ଆବଶ୍ୟକ ଅଛି ଏବଂ ଆମେ ଅଧିକ ଅର୍ଥ ପାଇଁ ଯୋଜନା କରିଛୁ । ଅନୁଦାନ ଆସିଲେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବବୋଲି କହିଛନ୍ତି ଜିଳ୍ଲାପାଳ ।
ଅବହେଳିତ ହୋଇ ପଡିରହିଥିବା କୋରେଇ ଭବନ ଉପରେ ରାଜନେତା କିମ୍ବା ପ୍ରଶାସନର ଦୃଷ୍ଟି କେବେ ପଡୁଛି ତାକୁ ଏବେ କୋରେଇ ବାସୀଙ୍କ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/20-3.jpg)