ଚାକିରିରୁ ବିଦା ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା: ପ୍ରସନ୍ନଙ୍କୁ ଚାକିରିରୁ ବରଖାସ୍ତ କଲେ ଡିସିପି

597

କନକ ବ୍ୟୁରୋ: ଚାକିରିରୁ ବିଦା ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା । ପ୍ରସନ୍ନଙ୍କୁ ଚାକିରିରୁ ବରଖାସ୍ତ କଲେ ଡିସିପି । ପ୍ରସନ୍ନଙ୍କ ନାଁରେ ରହିଛି ୫ଟି ଫୌଜଦାରୀ ମାମଲା । ବିଳମ୍ବିତ ରାତି ଯାଏଁ ବାର ଚଲାଇବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରସନ୍ନ ବେହେରା । ବିନା ଲାଇସେନ୍ସରେ ସେ ଏହି ବାର ଚଲାଉଥିବା ଅଭିଯୋଗ ହୋଇଥିଲା ।

ପାତ୍ରପଡାରେ ଥିବା ସାଉଥ ସିଟି ହୋଟେଲର ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କଠାରୁ ବଡଭାଇ ନିରଞ୍ଜନ ବେହେରାଙ୍କ ନାଁରେ ଲିଜରେ ଆଣି ଏହାକୁ ଚଲାଉଥିଲେ ପ୍ରସନ୍ନ ବେହେରା । ଭୁବନେଶ୍ୱର ହାବିଲଦାର ଓ କନେଷ୍ଟବଳ ସଂଘର ସଂପାଦକ ପ୍ରସନ୍ନ ବେହେରାଙ୍କୁ ପୂର୍ବରୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ବର୍ତ୍ତମାନ ଏହି ଘଟଣାକୁ ନେଇ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ସେ ଗିରଫ ହୋଇଥିଲେ । ଆଉ ଏବେ ତାଙ୍କୁ ଚାକିରିରୁ ବିଦା କରାଯାଇଛି ।