କନକ ବ୍ୟୁରୋ: ପୁଲିସ କନଷ୍ଟେବଲଙ୍କ ନିଆରା ଛୁଟି ଆବେଦନ ପତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘରକୁ ନଯାଇପାରୁଥିବାରୁ ପତ୍ନୀ ଫୋନ୍ ରିସିଭ୍ କରୁନାହାଁନ୍ତି କହି ପୁଲିସ ଅଧୀକ୍ଷକଙ୍କୁ ଛୁଟି ଆବେଦନ କରିଛନ୍ତି ।
ନେପାଳ ସୀମାକୁ ଲାଗିଥିବା ଉତ୍ତରପ୍ରଦେଶର ମହରାଜଗଞ୍ଜ ଜିଲ୍ଲାରୁ ଆସିଛି ଏଭଳି ନିଆରା ଘଟଣା । ନିଯୁକ୍ତ ପୁଲିସ କନଷ୍ଟେବଲ ପୁଲିସ ଅଧିକ୍ଷକଙ୍କୁ ଦରଖାସ୍ତ ଲେଖି ଜଣାଇଛନ୍ତି ଯେ, ‘ମାସକ ପୂର୍ବରୁ ମୋର ବିବାହ ହୋଇଛି । ଘରକୁ ନଯାଉଥିବାରୁ ପତ୍ନୀ ମୋ ଉପରେ ଖପ୍ପା ହୋଇଛନ୍ତି । ଫୋନ୍ କଲେ ରିସିଭ୍ କରୁନାହାଁନ୍ତି । ଫୋନ ମୋ ମାଙ୍କୁ ଧରେଇ ଦେଉଛନ୍ତି । ବାରମ୍ବାର ଫୋନ୍ କରିବା ପରେ ବି ତାଙ୍କ ସହ ମୋର କଥା ହୋଇପାରୁନାହିଁ ।’
ସିପାହୀ ଏକଥା ମଧ୍ୟ ଲେଖିଛନ୍ତି ଯେ, ‘ମୁଁ ମୋ ପତ୍ନୀଙ୍କୁ କଥା ଦେଇଛି ଜାନୁଆରୀ ୧୦ କୁ ଯେମିତି ହେଲେ ଘରକୁ ଆସିବି ବୋଲି । ଯଦି ମୋତେ ୭ ଦିନ ପାଇଁ ଛୁଟି ମଞ୍ଜୁର କରନ୍ତେ ତେବେ ମୁଁ ଆପଣଙ୍କ ପାଖରେ ଚିର କୃତଜ୍ଞ ରୁହନ୍ତି ।’ଏପରି ଏକ ମଜାଦାର ଦରଖାସ୍ତ ପାଇବା ପରେ ପୁଲିସ ଅଧିକ୍ଷକ ତାଙ୍କୁ ୫ଦିନ ପାଇଁ ଛୁଟି ମଞ୍ଜୁର କରିଛନ୍ତି ।
ସୂଚନା ମୁତାବକ, ଚିଠି ଲେଖିଥିବା ସିପାହୀ ୨୦୧୬ ବ୍ୟାଚର । ସେ ବର୍ତ୍ତମାନ ନେପାଳ ସୀମାବର୍ତ୍ତୀ ଉତ୍ତରପ୍ରଦେଶର ପିଆରବିଠାରେ ମୁତୟନ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/01/1-25.jpg)