ଆଇପିଏସ ପୁଅକୁ କନେଷ୍ଟବଳ ବାପା : ଘରେ ବାପାଙ୍କ ପାଦ ଛୁଅନ୍ତି ପୁଅ, ଅଫିସରେ ପୁଅକୁ ସାଲ୍ୟୁଟ କରିବେ ବାପା !

140

ପୁଅ ଘରେ ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ବି ଡ୍ୟୁଟି ସମୟରେ ବାପା ପୁଅକୁ ‘ଜୟ ହିନ୍ଦ ସାର’ କହିବେ । ପ୍ରକୃତରେ ଲଖନଉର ବିଭୁତିଖଣ୍ଡ ଥାନାରେ ନିଯୁକ୍ତ କନେଷ୍ଟବଳ ଜନାର୍ଦନ ସିଂହଙ୍କ ପୁଅ ଆଇପିଏସ୍ ହୋଇସାରିଛନ୍ତି । ଲଖନଉ ଜିଲ୍ଲାରେ ହିଁ ତାଙ୍କ ପୁଅକୁ ପୋଷ୍ଟିଙ୍ଗ ମିଳିଛି । ଏମିତିରେ ବାପା ଏବେ ପୁଅ ଅଧିନରେ କାମ କରିବେ । ଏହା ଉପରେ କନେଷ୍ଟବଳ ଜନାର୍ଦ୍ଦନ ସିଂହ ଗର୍ବରେ କୁହନ୍ତି କି, “ମୁଁ ଅନ୍ ଡ୍ୟୁଟି ମୋର କପ୍ତାନକୁ ସାଲ୍ୟୁଟ କରିବି । ସେଇଠି ପୁଅ ଅନୁପ ସିଂହ କହିଛନ୍ତି କି, କର୍ତ୍ତବ୍ୟ ବହନ କରିବା ପାଇଁ ପ୍ରୋଟୋକଲର ପାଳନ କରିବି ।”

ଆଇପିଏସ୍ ଅନୁପ ସିଂହଙ୍କ କହିବାନୁସାରେ, ନିଜ ବାପାଙ୍କ ଠାରୁ ଦାୟିତ୍ୱ ଓ ସଂସ୍କାର ସିଖିଛନ୍ତି । ଏହା ପୂର୍ବରୁ ସେ ଗାଜିୟାବାଦ, ନୋଏଡା ଓ ଉନ୍ନାବରେ ଏଏସପି ରହିସାରିଛନ୍ତି । ସେ ଆହ୍ଲାବାଦ ୟୁନିଭର୍ସିଟିରୁ ଗ୍ରାଜୁଏସନ୍ କରିଥିଲେ । ଆଗକୁ ସେ ଜେଏନୟୁରୁ ଶିକ୍ଷା ଗ୍ରହଣ କଲେ । ସେ ପ୍ରଥମ ସୁଯୋଗରେ ହିଁ ୟୁପିଏସସି କ୍ଲିକ୍ କରିଥିଲେ । ବାପାଙ୍କ କହିବା ମୁତାବକ, ଜେଏନୟୁରେ ଭଲ ନମ୍ବର ରଖିବା ଯୋଗୁଁ ଅନୁପଙ୍କୁ ସ୍କଲାରସିପ୍ ମିଳୁଥିଲା ଓ ସେ ତାହା ଘରକୁ ପଠାଇଦେଉଥିଲେ ।