ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଷଡଯନ୍ତ୍ର : ଦୁର୍ବୁତ୍ତ ଗିରଫ କରେ ଖୁଲାସା କଲା ହରିୟାଣା ପୁଲିସ; କୃଷ୍ଣ ସାର ମୃଗ ଶିକାର ମାମଲାରେ କରାଯାଇଥିଲା ଟାର୍ଗେଟ

1,421

କନକ ବ୍ୟୁରୋ : ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଷଡଯନ୍ତ୍ର କରୁଥିବା ଦୁର୍ବୃତ୍ତକୁ ଗିରଫ କରିଛି ପୁଲିସ । ହରିୟାଣାର ଫରିଦାବାଦରେ ଏଭଳି ଘଟଣାର ପର୍ଦ୍ଦାଫାସ ହୋଇଛି । ଗିରଫ ଦୁର୍ବୃତ ହେଲା ରାହୁଲ ସାଙ୍ଗା ଓରଫ ବାବା । ପଚରାଉଚରା ବେଳେ ରାହୁଲ ସ୍ୱୀକାର କରିଛି ଯେ, ସେ ସଲମାନ ଖାନଙ୍କୁ ଧମକ ଦେଇଥିଲା , ଏପରିକି ମୁମ୍ବାଇ ସ୍ଥିତି ତାଙ୍କ ବାସଭବନକୁ ରେକି ବି କରିଥିଲା । ରାହୁଲ ହେଉଛି ହରିୟାଣା ଓ ରାଜସ୍ଥାନରେ ସକ୍ରିୟ ଥିବା ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସଦସ୍ୟ । କୃଷ୍ଣସାର ମୃଗ ହରିଣ ଶୀକାର ମାମଲାରେ ଏହି ଗ୍ୟାଙ୍ଗର ରାଡାରରେ ଥିଲେ ସଲମାନ ଖାନ । ଏପରିକି କୋର୍ଟରେ ହାଜର ସମୟରେ ତାଙ୍କୁ ଧମକ ବି ଦିଆଯାଇଥିଲା । ଏକ ହତ୍ୟା ମାମଲାରେ ୧୫ ଅଗଷ୍ଟରେ ରାହୁଲଙ୍କୁ ଉତରାଖଣ୍ଡରୁ ଗିରଫ କରାଯାଇଥିଲା ।

ଏହାପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଫରିଦାବାଦ ଅଣାଯାଇଥିଲା । ଏଠାରେ ଅଧିକ ପଚରାଉଚରାବେଳେ ସଲମାନଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ହେଉଥିବା ରାହୁଲ ପୁଲିସ ଆଗରେ ସ୍ୱୀକାର କରିଛି । ଲରେନ୍ସ ବିôଷ୍ଣୋୟୀ ଗ୍ୟାଙ୍ଗର ସଦସ୍ୟ ସଲମାନଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରୁଥିଲେ । ବର୍ତମାନ ଦୁର୍ଦ୍ଦାନ୍ତ ଅପରାଧୀ ଲରେନ୍ସ ବିଷ୍ଣୋୟୀ ରାଜସ୍ଥାନର ଭରତପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଜୀବନ କାଟୁଛି ।