କନକ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ୧୨୧ ଜଣଙ୍କ ମୃତ୍ୟୁ ଘଟଣା । ୪ ଦିନ ପରେ ସାମ୍ନାକୁ ଆସିଲେ ବାବା ସୂରଜପାଲ ଓରଫ ନାରାୟଣ ସାକାର ହରି । ଜାତୀୟ ଗଣମାଧ୍ୟମ ସରବରାହ ସଂସ୍ଥାକୁ ପ୍ରତିକ୍ରିୟ ଦେବା ସହ ଘଟଣା ପଛରେ ଷଡ଼ଯନ୍ତ୍ର ଥିବା କହିଛନ୍ତି ବାବା ସୂରଜପାଲ । ଏଥିସହ ଲୋକଙ୍କ ମୃତ୍ୟୁ ନେଇ ମର୍ମାହତ ଥିବା ସେ କହିଛନ୍ତି । ଏଭଳି ଦୁଃଖଦ ସମୟରେ ମୃତକ ଓ ଆହତଙ୍କ ପରିବାରକୁ ଭଗବାନ ଧୈର୍ୟ୍ୟ ଓ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ଏଥିସହ ସରକାର ଓ ପ୍ରଶାସନ ଉପରେ ଭରସା ରଖିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି । ଏହି ଷଡ଼ଯନ୍ତ୍ର ପଛରେ ଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ବୋଲି ବିଶ୍ୱାସ ଥିବା କହିଛନ୍ତି ସୂରଜପାଲ ।

Advertisment

ଜୁଲାଇ ୨ ତାରିଖରେ ବାବାଙ୍କ ଦରବାର ଚାଲିଥିବା ସମୟରେ ଏହି ଦଳାଚକଟା ଘଟିଥିଲା । ବାବାଙ୍କ ପାଦଧୂଳି ନେବାକୁ ଲୋକେ ଭିଡ଼ ଜମାଇବାରୁ ଅନେକ ଅଣନିଶ୍ବାସି ହୋଇ ପ୍ରାଣ ହରାଇଥିଲେ । ଘଟଣା ପରେ ବାବାଙ୍କର ମଧ୍ୟ ପତ୍ତା ମିଳି ନଥିଲା । ପୁଲିସ ବାବାଙ୍କୁ ଖୋଜୁଥିବା ବେଳେ ସାମ୍ନାକୁ ଆସି ନଥିଲେ ବାବା ସୂରଜପାଲ । ମୃତକ ଓ ଆହତଙ୍କ ପରିବାରକୁ ମଧ୍ୟ ଭେଟି ନଥିଲେ । ଆଜି ୪ ଦିନ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା ପଛରେ ଷଡ଼ଯନ୍ତ୍ର ଥିବା କହିଛନ୍ତି ବାବା ସୂରଜପାଲ ।