ମଣ୍ଡି ଅବ୍ୟବସ୍ଥା ଓ କଟନିଛଟନିର ପରିଣାମ : ପଦ୍ମପୁର ଗାଇସିଲଟରେ ଖୋଲା ଆକାଶ ତଳେ ପଡିରହିଛି ଅଠର ହଜାର ବସ୍ତା ଧାନ, ଚିନ୍ତାରେ ଚାଷୀ

158

କନକ ବ୍ୟୁରୋ : ଚାଷୀଙ୍କ ସୁବିଧା ପାଇଁ ସରକାର ଖୋଲିଛନ୍ତି ମଣ୍ଡି । ହେଲେ ଧାନ ମଣ୍ଡିରେ ଅବ୍ୟବସ୍ଥା ଯୋଗିଁ ଓ କଟନି ଛଟନି ପାଇଁ ଚାଷୀ ଧାନକୁ ବିକିବାରେ ଅସୁବିଧା ଭୋଗୁଛି । ଏଭଳି ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକରେ । ଏହି ବ୍ଲକର ଶେଷ ସୀମାରେ ରହିଛି ଡାଙ୍ଗବାହାଲ ସମବାୟ ସମିତି ।

୪ଟି ଗ୍ରାମପଂଚାୟତର ଚାଷୀ ଏହି ସମିତି ଉପରେ ନିର୍ଭର କରିଥାନ୍ତି । ଏହି ମଣ୍ଡିରେ ଖୋଲା କାଶ ତଳେ ପଡିରହିଛି ଅଠର ହଜାର ବସ୍ତା ଧାନ । ଚାଷୀମାନେ ଦୀର୍ଘ ଆଠରୁ ଦଶଦିନ ଧରି ଧାନ ମଣ୍ଡିରେ ପକାଇଥିଲେ ମଧ୍ୟ ଏହା ବିକ୍ରୀ ହୋଇପାରୁନାହିଁ । ଏହି ମଣ୍ଡି ଏକ ପଡିଆରେ ରହିଛି, ଚାଷୀମାନେ ଧାନ ପକାଇବା ସମୟରେ ଚାଷୀଙ୍କୁ ପଲିଥିନ ବି ଯୋଗାଇ ଦିଆଯାଇନାହିଁ ।

ଆଉ ଶୀତକାରରେ ଖୋଲା ଆକାଶ ତଳେ ପଡିରହିଛନ୍ତି ଚାଷୀ । ଏହି ଅଂଚଳରେ ହାତୀ ଉପଦ୍ରବ ବଢିଥିବାରୁ ଚାଷୀମାନେ ନିଜ ଜୀବନକୁ ବାଜି ଲଗାଇ ଧାନ ମଣ୍ଡିରେ ଜଗିଛନ୍ତି । ଏହାସହ କଟନିଛଟନି ମଧ୍ୟ ଚାଷୀଙ୍କ ପାଇଁ କାଳ ହୋଇଛି । କିଛି ଅସାଧୁ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।